ନୋବେଲ୍‌ ପୁରସ୍କାର ବିଜେତା କୋଫି ଆନନ୍‌ଙ୍କ ପରଲୋକ

ୱାଶିଂଟନ୍‌: ମିଳିତ ଜାତିସଂଘର ପୂର୍ବତନ ମହାସଚିବ ତଥା ନୋବେଲ୍‌ ଶାନ୍ତି ପୁରସ୍କାର ବିଜେତା କୋଫି ଆନନ୍‌ଙ୍କ ଆଜି ପରଲୋକ ଘଟିଛି।  ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସ୍ୱିଜରଲ୍ୟାଣ୍ଡର ଏକ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି। ଅନ୍ତିମ ସମୟରେ କୋଫିଙ୍କ ପାଖରେ ପତ୍ନୀ ନାନେ ଓ ୩ ସନ୍ତାନ ଉପସ୍ଥିତ ଥିଲେ।ସେ ୧୯୯୭ ମସିହା ଜାନୁଆରୀ ମାସରୁ ୨୦୦୬ ମସିହା ଡିସେମ୍ବର ଜାତିସଂଘର ୭ମ ମହାସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ପ୍ରଥମ କୃଷ୍ଣକାୟ ବ୍ୟକ୍ତିଭାବେ ବିଶ୍ୱର ଏହି ଶ୍ରେଷ୍ଠ ପଦବୀରେ କାର୍ଯ୍ୟ କରିବାର ଇତିହାସ ରଚିଛନ୍ତି।୧୯୩୮ ମସିହା ଏପ୍ରିଲ ୮ରେ ଘାନାର କୁମସାଇଠାରେ ଜନ୍ମଗ୍ରହଣ କରିଥିଲେ । ସେ କୋଫି ଆନନ୍‌ ଫାଉଣ୍ଡେସନ୍‌ ମଧ୍ୟ ପ୍ରତିଷ୍ଠା କରିଥିଲେ।ତାଙ୍କ ଜୀବନକାଳ ମଧ୍ୟରେ କୋଫି ଆନନ୍‌ ବିଶ୍ୱବାସୀଙ୍କ ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।ଗୋଟିଏ ସମୟରେ ସେ ସମଗ୍ର ବିଶ୍ୱରେ ‘ଶାନ୍ତିଦୂତ’ ଭାବେ ମାନ୍ୟତା ପାଇଥିଲେ।

Share

Leave a Reply

Your email address will not be published. Required fields are marked *

thirteen + 16 =