ନୂଆଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ସହଯୋଗର କାମନା କରି କଡା ସୁରକ୍ଷା ଭିତରେ ଭୁବନେଶ୍ୱରରୁ ଦିଲ୍ଲୀକୁ ଯାତ୍ରା କରିଛନ୍ତି ଦ୍ରୌପଦୀ । ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରବଳ ଭିଡ ଜମିଥିଲା । ବିଜେପି ନେତା , କର୍ମୀ , ଶୁଭେଚ୍ଛୁ ଏବଂ ସମର୍ଥକ ମାନେ ଭିଡ ଜମାଇଥିଲେ । ପାରମ୍ପରିକ ନାଚ ଗୀତରେ ଢୋଲ ଏବଂ ବାଜା ବଜାଇ ଦ୍ରୌପଦୀଙ୍କୁ ସ୍ୱାଗତ କରାଯାଇଥିଲା । ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ମୁର୍ମୁ ।

Share

Leave a Reply

Your email address will not be published. Required fields are marked *

15 − 14 =