ନଭେମ୍ବରରୁ ୫ ରାଜ୍ୟରେ ନିର୍ବାଚନ

ନୂଆଦିଲ୍ଲୀ–ନିର୍ବାଚନ କମିଶନ ଓ.ପି ରାୱତ ଆଜି ୫ଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଯେଉଁ ରାଜ୍ୟ ଗୁଡିକ ପାଇଁ କମିଶନ ଏହି ତାରିଖ ଘୋଷଣା କରିଛନ୍ତି ସେଗୁଡିକ ହେଲା ମଧ୍ୟପ୍ରଦେଶ ,ରାଜସ୍ଥାନ,ଛତିଶଗଡ,ତେଲେଙ୍ଗାନା ଓ ମିଜୋରାମ କେବଳ ଛତିଶଗଡ ନକ୍ସଲ ପ୍ରଭାବିତ ଅଂଚଳ ହୋଇଥିବାରୁ ସେଠାରେ ୨ଟି ପ୍ରର୍ଯ୍ୟୟରେ ଭୋଟ ଗ୍ରହଣ କରାଯିବ । ସେଠାରେ ନଭେମ୍ବର ୧୨ରେ ନକ୍ସଲ ପ୍ରଭାବିତ ଅଂଚଳରେ ଭୋଟ ଗ୍ରହଣ କରାଯିବ ଏବଂ ନଭେମ୍ବର ୨୦ରେ ଅବଶିଷ୍ଟ ଆସନରେ ଭୋଟ ଗ୍ରହଣ କରାଯିବ । ନଭେମ୍ବର ୨୮ରେ ମଧ୍ୟପ୍ରଦେଶ ଓ ମିଜୋରାମରେ ନିର୍ବାଚନ ପାଇଁ କମିଶନ ତାରିଖ ଘୋଷଣା କରିଛନ୍ତି । ସେହିପରି ଡିସେମ୍ବର ୭ରେ ରାଜସ୍ଥାନ ଓ ତେଲେଙ୍ଗାନାରେ ନିର୍ବାଚନ ହେବ ବୋଲି ସ୍ଥିର କରାଯାଇଛି ।
ଆସନ୍ତା ଡିସେମ୍ବର ୧୧ରେ ୫ଟି ଯାକ ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ହେବ ବୋଲି ନିର୍ବାଚନ କମିଶନ ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

ten − 8 =