ଘୁଞ୍ଚିଲା ଜ୍ଞାନବାପୀ ମସଜିଦ ଶୁଣାଣି

ବହୁଚର୍ଚ୍ଚିତ ଜ୍ଞାନବାପୀ ମସଜିଦ ମାମଲାର ଶୁଣାଣିକୁ ଘୁଞ୍ଚାଇଛନ୍ତି କୋର୍ଟ । ଶୁକ୍ରବାର ଏ ସଂକ୍ରାନ୍ତ ଏକ ଯାଚିକା ଉପରେ ଶୁଣାଣି କରି ଏଭଳି କହିଛନ୍ତି ବାରଣାସୀ ଜିଲ୍ଲା କୋର୍ଟ । ମାମଲାର ଶୁଣାଣି ଆସନ୍ତା ଅକ୍ଟୋବର ୧୧ ତାରିଖରେ ହେବା ନେଇ କୋର୍ଟ କହିଛନ୍ତି । ମୁସଲିମ ପକ୍ଷର ଏକ ଆବେଦନ ଉପରେ ସେହିଦିନ ପରବର୍ତ୍ତି ଶୁଣାଣି ହେବ। ସୂଚନାଯୋଗ୍ୟ, ଶୁକ୍ରବାର ହିନ୍ଦୁ ପକ୍ଷଙ୍କ ଦ୍ବାରା ଦାଖଲ ଯାଚିକା ଉପରେ ବାରଣାସୀ କୋର୍ଟ ଶୁଣାଣି କରିବାର ଥିଲା । ହିନ୍ଦୁ ପକ୍ଷରୁ ଦାଖଲ ଯାଚିକାରେ ଦାବି କରାଯାଇଛି ଯେ, ଜ୍ଞାନବାପୀ ମସଜିଦ ଭିତରେ ଯେଉଁ ସ୍ଥାନରେ ଶିବଲିଙ୍ଗର ଉତ୍ପତ୍ତି ହୋଇଛି ତାହାକୁ କାର୍ବନ୍ ଡେଟିଂ ବ୍ୟବହାର କରାଯାଇ ଯାଞ୍ଚ କରାଯାଉ । ଜ୍ଞାନବାପୀ ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

2 × one =