କର୍ଣ୍ଣାଟକରେ ଲାଗୁ ହେଲା କୋଭିଡ୍ କଟକଣା

ଦେଶରେ ଏବେ ବଢୁଛି କରୋନାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା | ସଂକ୍ରମଣ ହାର ଏବେ ଉପରମୁହାଁ ରହିଛି | ବଢୁଥିବା ସଂକ୍ରମଣକୁ ଦେଖି ଦୃଷ୍ଟିରେ ରଖି ରାଜ୍ୟରେ ପୁଣିଥରେ ଲାଗୁ ହେଲା କୋଭିଡ କଟକଣା | କର୍ଣ୍ଣାଟକ ସରକାର ଶୁକ୍ରବାର ରାଜ୍ୟରେ କୋଭିଡ୍ କଟକଣା ଲାଗୁ କରିଛନ୍ତି। ଫଳରେ କର୍ଣ୍ଣାଟକବାସୀଙ୍କ ପାଇଁ ସର୍ବସାଧାରଣ ସ୍ଥାନମାନଙ୍କର ପୂର୍ବପରି ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି। ଶୁକ୍ରବାର ରାଜ୍ୟରେ ୫୨୫ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏପରି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର। ହୋଟେଲ୍ ୱେଟର ଦୋକାନୀ ଆଦି ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି।

ଆଜି କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ୫୨୫ ପଜିଟିଭ୍ ମଧ୍ୟରୁ ୪୯୪ ରୋଗୀ ବାଙ୍ଗାଲୋରୁର ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ସକ୍ରିୟ ମାମଲା ବୃଦ୍ଧି ପାଇଛି। ବର୍ତ୍ତମାନ କର୍ଣ୍ଣାଟକରେ କୋଭିଡ ସକ୍ରିୟ ସଂଖ୍ୟା ୩,୧୭୭ ହୋଇଥିବା ବେଳେ କେବଳ ବେଙ୍ଗାଲୁରୁରେ ୩,୦୬୧ ରୋଗୀ ସକ୍ରିୟ ଅଛନ୍ତି। ତେବେ ସୌଭାଗ୍ୟର କଥା ଯେ ଗତ ୨୪ ଘଣ୍ଟାରେ କାହାର ଜୀବନ ଯାଇ ନଥିବ ବେଳେ ୨୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ରାଜ୍ୟରେ ପଜିଟିବ୍ ରେଟ୍ ୨.୩୧ ରହିଛି।

ସେହିପରି ମହାରାଷ୍ଟ୍ରରେ ବି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ମହାରାଷ୍ଟ୍ରରେ ୩,୦୮୧ ରୋଗୀ ଚିହ୍ନଟ ହୋଇଥିବା ବେଳେ କେବଳ ରାଜଧାନୀ ମୁମ୍ବାଇରୁ ଚିହ୍ନଟ ହୋଇଛନ୍ତି ୧,୯୫୬ ଜଣ ରୋଗୀ। ହେଲେ ଆଶ୍ୱସ୍ତିର କଥା ହେଲା ଏଠାରେ ବି କାହାରି ଜୀବନ ଯାଇନଥିବା ସ୍ୱାସ୍ଥ୍ୟ ବିଭାଗ କହିଛି।

ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଦି ଭାରତରେ ୭,୫୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ କରୋନା ଆକ୍ଟଭ ସଂଖ୍ୟା ୩୬,୨୬୭ ହୋଇଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ୩,୭୯୧ ଜଣ।

Share

Leave a Reply

Your email address will not be published. Required fields are marked *

fourteen − nine =