କମିଲା ଏଲପିଜି ସିଲିଣ୍ଡର ଦର

କମର୍ସିଆଲ ଏଲପିଜି ସିଲିଣ୍ଡର ଗ୍ରାହକଙ୍କ ପାଇଁ ଖୁସି ଖବର। କମର୍ସିଆଲ ଏଲପିଜି ଦର ପୁଣି କମିଛି । ଦିଲ୍ଲୀରେ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କା ହ୍ରାସ ହୋଇଛି । ଦିଲ୍ଲୀରେ ୧୯ କିଲୋଗ୍ରାମର କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ପୂର୍ବରୁ ୧୯୭୬.୫୦ ଟଙ୍କା ଥିଲା। ବର୍ତ୍ତମାନ ଏହା ୧୮୮୫ ଟଙ୍କାରେ ମିଳିବ |

ଏହାଛଡ଼ା କୋଲକାତାରେ ଏବେ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୯୫.୫୦ ଟଙ୍କା, ମୁମ୍ବାଇରେ ୧୮୪୪ ଟଙ୍କା, ଚେନ୍ନାଇରେ ୨୦୪୫ ଟଙ୍କାକୁ ହ୍ରାସ ପାଇଛି। କୋଲକାତାରେ ୧୦୦ ଟଙ୍କା, ମୁମ୍ବାଇରେ ୯୨.୫୦ ଟଙ୍କା ଏବଂ ଚେନ୍ନାଇରେ ୯୬ ଟଙ୍କା ଶସ୍ତା ହୋଇଛି କମର୍ସିଆଲ ଏଲପିଜି। ତେବେ ଘରୋଇ ଏଲପିଜି ଗ୍ରାହକଙ୍କୁ କୌଣସି ଆଶ୍ବସ୍ତି ମିଳିନାହିଁ । ଘରୋଇ ଏଲପିଜି ଦର ଅପରିବର୍ତ୍ତିତ ରହିଛି ।

ଉଲ୍ଲେଖନୀୟ ବିଷୟ ହେଉଛି କ୍ରମାଗତ ଚତୁର୍ଥ ମାସ ପାଇଁ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦର ହ୍ରାସ କରାଯାଇଛି। ଜୁନ୍ ୧ରେ ଏହା ୧୩୫ ଟଙ୍କା ଶସ୍ତା ହୋଇଥିଲା । ପୁଣି ଜୁଲାଇ ୧ରେ କମର୍ସିଆଲ ଏଲପିଜି ଦର ୧୦୮ ଟଙ୍କା କମିଥିବା ବେଳେ ଅଗଷ୍ଟ ୧ରେ ଏହାର ମୂଲ୍ୟ ୩୬ ଟଙ୍କା ହ୍ରାସ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

twenty + 2 =