କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ

ସୋନିଆ ଗାନ୍ଧିଙ୍କୁ ଇଡି ସମନ ନେଇ ଭୁବନେଶ୍ୱରରେ ତାତିଲେ କଂଗ୍ରେସ କର୍ମୀ । କଂଗ୍ରେସ ଭବନରୁ ଇଡି ଅଫିସ ଘେରାଉ ପଇଁ ଶତାଧିକ କର୍ମୀଙ୍କ ପଦଯାତ୍ରା । ରାଜମହଲ ଛକରେ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକାଇବାରୁ ମୁହାଁମୁହିଁ ସ୍ଥିତି । କେବଳ ରାଜ୍ୟ ନୁହେଁ ସୋନିଆ ଗାନ୍ଧିଙ୍କୁ ଇଡି ସମନ ନେଇ ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ ଦେଖିବାକୁ ମିଳିଛି । ରାଜ୍ୟନୈତିକ ଉଦେଶ୍ୟ ରଖି ସୋନିଆ ଗାନ୍ଧିଙ୍କୁ ଇଡି ସମନ କରଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସୋନିଆ ଗାନ୍ଧିଙ୍କୁ ବିଜେପି ସରକାର ଜାଣିସୁଣି ହଇରାଣ କରୁଛି । ଆମେ ଏହାକୁ କେବେ ବି ବରଦାସ୍ତ କରିବୁ ନାହିଁ । ତେବେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି । କଂଗ୍ରେସ ଭବନରୁ ବଡ଼ ରାଲି ବାହାରି ଭୁବନେଶ୍ୱର ଇଡି ଅଫିସ ଘେରାଓ କରିବାର ଯୋଜନା ରହିଛି ।

Share

Leave a Reply

Your email address will not be published. Required fields are marked *

four × 1 =