ଏକ୍ସପ୍ରେସୱେରେ ଦୁଇ ଡବଲ୍-ଡେକର୍ ବସ୍ ମଧ୍ୟରେ ଧକ୍କା, ୮ ମୃତ, ୨୦ ଆହତ

ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ବାରବାଙ୍କି ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୨୦ ଜଣ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ଡବଲ୍-ଡେକର୍ ବସକୁ ଦ୍ରୁତ ବେଗରେ ଆସୁଥିବା ଆଉ ଏକ ଡବଲ୍-ଡେକର୍ ବସ୍ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଆହତ ମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ରେଫର କରାଯାଇଛି।

ଏହି ଦୁର୍ଘଟଣା ଲୋନିକଟରା ପୋଲିସ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ମାଡ୍ରା ଗ୍ରାମ ନିକଟରେ ଘଟିଥିଲା । ଏହି ଦୁଇ ଡବଲ ଡେକର ବସ୍ ବିହାରର ସୀତାମାଢୀ ଏବଂ ସୁପଲରୁ ଦିଲ୍ଲୀ ଯାଉଥିଲା।

ଘଟଣାସ୍ଥଳରେ ଏଏସପି ମନୋଜ ପାଣ୍ଡେଙ୍କ ସମେତ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ସିଏଚସି ହାଇଦରଗଡରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଗୁରୁତର ଆହତମାନଙ୍କୁ ଲକ୍ଷ୍ନୌକୁ ରେଫର୍ କରାଯାଇଛି।

Share

Leave a Reply

Your email address will not be published. Required fields are marked *

seven + 5 =