ଆସିଲା ପ୍ରଥମ ରାଉଣ୍ଡ ଫଳାଫଳ,ଦ୍ରୌପଦୀ ମୁର୍ମୁ ଆଗରେ

ଆଜି ସକାଳ ୧୧ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ତେବେ ପ୍ରଥମ ରାଉଣ୍ଡ ଭୋଟ ଗଣତି ଏବେ ଶେଷ ହୋଇଯାଇଛି । ପ୍ରଥମେ ସଂସଦରେ ଗ୍ରହଣ ହୋଇଥିବା ଭୋଟ ଗଣତି ହୋଇଛି । ଏବେ ଏହା ଶେଷ ହୋଇଛି । ସଂସଦ ଭବନରେ ଦିଆଯାଇଥିବା ମୋଟ ବୈଧ ଭୋଟ ସଂଖ୍ୟା ୭୪୮ ରହିଛି ।

୭୪୮ ଭୋଟ ମଧ୍ୟରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ ମିଳିଛି । ସେହିପରି ବିରୋଧୀଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ଭୋଟ ମିଳିଛି । ମୁର୍ମୁଙ୍କୁ ମିଳିଥିବା ସାଂସଦଙ୍କ ଭୋଟର ମୋଟ ମୂଲ୍ୟ ୩,୭୮,୦୦୦ ଅଟେ । ଯେତବେଳେ କି ସିହ୍ନାଙ୍କୁ ମିଳିଥିବା ଭୋଟର ମୂଲ୍ୟ ୧,୪୫,୬୦୦ ରହିଛି । 

Share

Leave a Reply

Your email address will not be published. Required fields are marked *

four × four =