ଆସାମରେ ବନ୍ୟା:ଗତ ୨୪ ଘଣ୍ଟାରେ ୧୧ ଜଣଙ୍କ ମୃତ୍ୟୁ, ୪୩ ଲକ୍ଷ ଲୋକ ପ୍ରଭାବିତ

ଆସାମରେ ବନ୍ୟା ଗତ ୨୪ ଘଣ୍ଟାରେ ୧୧ ଜଣଙ୍କ ମୃତ୍ୟୁ । ୩୩ ଜିଲ୍ଲାର ପ୍ରାୟ ୪୩ ଲକ୍ଷ ଲୋକ ପ୍ରଭାବିତ । ମୃତ୍ୟୁସଂଖ୍ୟା ୭୩କୁ ବୃଦ୍ଧି ପାଇଛି । ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ସାହାଯ୍ୟ ପହଞ୍ଚାଇବା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।

ଖାଲି ମଣିଷ ନୁହେଁ ଜୀବଜନ୍ତୁ ବି ପ୍ରଭାବିତ ହୋଇଛନ୍ତି । କାଜିରଙ୍ଗା ଜାତୀୟ ପାର୍କରେ ୮ଟି ପ୍ରାଣୀଙ୍କ ମୃତ୍ୟୁ ହୋଇଛି । ଏହି ଅଞ୍ଚଳରେ ଯାନବାହାନର ଗତିକୁ ୪୦ କିଲୋମିଟର କରିଦିଆଯାଇଛି । ଚଳିତବର୍ଷ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୮୨ ହୋଇଛି । ବର୍ତ୍ତମାନ ୫ହଜାର ୧୩୭ ଗାଁ ବନ୍ୟା କବଳରେ ରହିଛି ।

ବାରପେଟା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହି ଜିଲ୍ଲାରେ ୧୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତକ ହୋଇଛନ୍ତି । ଦରାଙ୍ଗରେ ପାଖାପାଖି ୪ ଲକ୍ଷ ଲୋକ ଜଳବନ୍ଦୀ ଅଛନ୍ତି । ନଙ୍ଗାବରେ ୩ ଲକ୍ଷରୁ ଅଧିକ ଲୋକ ବନ୍ୟା କବଳରେ ଅଛନ୍ତି । ସ୍ଥାନୀୟ ପ୍ରଶାସନ ଏନଡିଆରଏଫ ଓ ଯବାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବନ୍ୟା ବିପନ୍ନଙ୍କୁ ସହାୟତା କରିବା ପାଇଁ କଟକ ମୁଣ୍ଡଳୀରୁ NDRFର ୪ଟି ଟିମ୍‌ ବାହାରିଛନ୍ତି। ଭୁବନେଶ୍ୱର ଏୟାରପୋର୍ଟରୁ ବାହାରି ଆସାମ ଯାଇଛନ୍ତି। ସେଠାକାର ସ୍ଥିତି ଦେଖି ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି NDRF ଅଧିକାରୀ।

Share

Leave a Reply

Your email address will not be published. Required fields are marked *

one × four =