ଅଣ୍ଡର-୧୯ ଏସିଆ କପ୍ କ୍ରିକେଟରେ ବିଜୟ ରାଜେଶ

ଓଡିଶା ଫେରିଲେ ଅଣ୍ଡର-୧୯ ଏସିଆ କପ୍ ବିଜେତା ରାଜେଶ ମହାନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଭାରତୀୟ ଦଳର ସଦସ୍ୟ ହେବା ଓ ଦେଶ ପାଇଁ ଏସିଆ କପ୍ ଜିତିଥିବାରୁ ବହୁତ ଖୁସି ଲାଗୁଛି । ବ୍ୟକ୍ତିଗତ ପ୍ରଦର୍ଶନରେ ସନ୍ତୁଷ୍ଟ ନଥିଲେ ବି ଦଳଗତ ପ୍ରଦର୍ଶନ ଯୋର୍ଗୁ ବହୁତ ଖୁସି । ଓଡିଶାରୁ ଏକମାତ୍ର ଖେଳାଳି ଭାବେ ସେ ଗତକାଲି ଅନୁଷ୍ଠିତ ଅଣ୍ଡର-୧୯ ଏସିଆ ଟୁର୍ଣ୍ଣାମେଂଟ ଫାଇନାଲ ମ୍ୟାଚରେ ଖେଳିଥିଲେ । ଚାରୋଟି ଅର୍ଦ୍ଧଶତକ ବଳରେ ୩୦୪ ରନ କରିଥିଲା ଭାରତ । ଭାରତ ପକ୍ଷରୁ ୱାଇ ଜୟସ୍ୱାଲ ସର୍ବାଧିକ ୮୫ ରନ କରିଥିବା ବେଳେ ଅନୁଜ, ଅଧିନାୟକ ପ୍ରଭସିମରନ , ଆୟୁଷ ବଦୋନି ଯଥାକ୍ରମେ ୫୭, ୬୫ ଓ ୫୨ ରନ କରିଥିଲେ । ୩୦୫ ରନର କଷ୍ଟସାଧ୍ୟ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ଟିମର ବ୍ୟାଟସମତ୍ନ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ସାମ୍ନାରେ ସମ୍ପୂର୍ଣ୍ଣ ଭାବେ ଆତ୍ମସର୍ମପଣ କରିଥିଲେ । ମାତ୍ର ୧୬୦ ରନରେ ଅଲଆଉଟ ହୋଇଥିଲା ପୂରା ଶ୍ରୀଲଙ୍କା ଟିମ୍ । ଆଉ ଏହାସହ ଏତିକି ୧୪୪ ରନରେ ବିଜୟୀ ହୋଇ ଟିମ୍ ଇଣ୍ଡିଆ ହାତେଇଥିଲା ୬ଷ୍ଠ ଏସିଆ କପ ଟାଇଟଲ ।

Share

Leave a Reply

Your email address will not be published. Required fields are marked *

2 + 12 =