ସାମ୍ନାକୁ ଆସିଲା ପ୍ଲୁଟୋର ଅଦ୍ଭୁତ ଫଟୋ

‘ନାସା’ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପ୍ଲୁଟୋର ଏକ ଅଦ୍ଭୁତ ଫଟୋ ସେୟାର କରିଛି। ଏଥିରେ ପ୍ଲୁଟୋର ରଙ୍ଗ ଇନ୍ଦ୍ରଧନୁ ପରି ନଜର ଆସିଛି, ଯାହାକି ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି। ପ୍ଲୁଟୋର ଏଭଳି ଫଟୋ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ଲୁଟୋ ଏମିତି ଏକ ଗୋଲାକାର ଗ୍ରହ, ଯାହା ଆମ ସୌରମଣ୍ଡଳର ବହିସ୍ଥ ପ୍ରାନ୍ତରେ ରହିଛି।

ନାସା ସେୟାର କରିଥିବା ନିଜ ପୋଷ୍ଟରେ ଲେଖିଛି, ‘ଇନ୍ଦ୍ରଧନୁ କେଉଁଠି ସମାପ୍ତ ହୋଇଥାଏ’? ନାସା କହିଛି ଯେ ସାଢ଼େ ୧୧ କୋଟି କିଲୋମିଟର ଦୂରରୁ ୯ ଏପ୍ରିଲରେ ନିଆଯାଇଥିବା ଏହି ଫଟୋ ପ୍ଲୁଟୋ ଏବଂ ଚାରୋନ୍‌ର ସୂଚନା ପ୍ରଦାନ କରୁଛି। ନ୍ୟୁ ହରାଇଜନ୍ସ ଜୁଲାଇ ୧୪ରେ ପ୍ଲୁଟୋ ପ୍ରଣାଳୀ ପାଖ ଦେଇ ଯିବ।

ନାସାର ଗ୍ରହୀୟ ବିଜ୍ଞାନ ବିଭାଗ ନିର୍ଦ୍ଦେଶକ ଜିମ୍‌ ଗ୍ରୀନ କହିଛନ୍ତି, ଫଟୋ ଏହି ପ୍ରଣାଳୀର ବହୁତ ରୋଚକ ଦୃଶ୍ୟ ଦେଖାଉଛି। ଏହି ଫଟୋକୁ ୨୦୦୬ରେ ଲଞ୍ଚ୍‌ କରାଯାଇଥିବା ନ୍ୟୁ ହରାଇଜନ୍ସ ସ୍ପେସ୍‌ ପ୍ରୋବ ଦ୍ୱାରା କ୍ଲିକ୍‌ କରାଯାଇଛି।

Share

Leave a Reply

Your email address will not be published. Required fields are marked *

nineteen + thirteen =