ଲକ୍ଷ୍ମୀପୁର ଯିବାକୁ ରାହୁଲଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଶେଷରେ ଉତ୍ତରପ୍ରଦେଶ ପ୍ରଶାସନ ମାନିଛି। ଲକ୍ଷ୍ମୀପୁର ଖିରି ହିଂସାଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପାଇଁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାହୁଲ ଗାନ୍ଧୀଙ୍କୁ ଅନୁମତି ମିଳିଛି। ଏହା ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଅନୁମତି ମିଳିଛି। ପ୍ରତି ରାଜନୈତିକ ଦଳର ୫ ଜଣଙ୍କୁ ଅନୁମତି ମିଳିଥିବା ସରକାର କହିଛନ୍ତି। ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂ ମଧ୍ୟ ଅନ୍ୟ ୪ ଜଣଙ୍କ ସହିତ ହିଂସା ଗ୍ରସ୍ତ ଅଞ୍ଚଳକୁ ଯିବେ। ଏସମ୍ପର୍କରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅନୁମତି ମିଳିବା ପରେ ରାହୁଲ ଲକ୍ଷ୍ମୀପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରିୟଙ୍କାଙ୍କୁ ସୀତାପୁର ଗେଷ୍ଟ ହାଉସ୍ରେ ଅଟକ ରଖାଯାଇଛି।

Share

Leave a Reply

Your email address will not be published. Required fields are marked *

15 − one =