ରାଷ୍ଟ୍ରପତିଙ୍କ କାରରେ ରହିଛି ଏହି ସବୁ ସୁବିଧା

ରାଷ୍ଟ୍ରପତି ଭାବରେ ଦାୟିତ୍ୱ ନେବାପରେ ଏବେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଏକ ଅତ୍ୟାଧୁନିକ ଏବଂ ସୁପର ପ୍ରୋଟେକ୍ଟେଡ କାର୍ । କଳାରଙ୍ଗର ମର୍ସିଡିଜ୍ ବେଞ୍ଜ S-୪୦୦ସ୍ୱତନ୍ତ୍ର ଷ୍ଟିଲରେ ନିର୍ମାଣ ହୋଇଛି । । ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷଙ୍କ ପାଖରେ ଥିବା ଅତ୍ୟାଧୁନିକ କାର ଭଳି ଏଥିରେ ରହିଛି । ଯାହା ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ସମସ୍ତ ପ୍ରତିକୂଳ ପରିବେଶରେ ସୁରକ୍ଷିତ ରଖିଥାଏ । ମର୍ସିଡିଜ୍ ବେଞ୍ଜ S-୪୦୦ କଷ୍ଟମାଇଜ୍ କାର୍ । ଯାହାର ମୂଲ୍ୟ ୧୦ କୋଟି ଟଙ୍କା । ଏହାକୁ ନିର୍ମାଣ କରିବାକୁ ପ୍ରାୟ ବର୍ଷେ ସମୟ ଲାଗିଛି । ଏହି କାର୍ ବୁଲେଟ୍ ଏବଂ ବମ୍ ପ୍ରୁଫ୍ । ଏହା ବାଲେଷ୍ଟିକ୍ ପ୍ରୋଟେକ୍ସନ କାର । ଗୁଳି , ବୋମା , ଗ୍ୟାସ ଆଟାକ ହେଲେ ବି କୌଣସି ବି ଫରକ ପକାଇବ ନାହିଁ । ଏହାଛଡା କାରରେ ରହିଛି ଅଟୋମେଟିକ୍ ହେଣ୍ଡ ଗନ୍ । ଯଦି କେତେବେଳେ ବି କାରର ଚକ ଲିକ୍ ହୋଇଯାଏ ତେବେ ବିନା ବାଧା ବିଘ୍ନରେ କାର୍ ଚାଲିପାରିବ । ପ୍ରଦୂଷିତ ବାୟୁକୁ ସଫା କରି କାର୍ ଭିତରକୁ ଶୁଦ୍ଧ ବାୟୁ ପହଁଞ୍ଚାଇବ ।

Share

Leave a Reply

Your email address will not be published. Required fields are marked *

18 − seven =