ଯୌତୁକ ପାଇଁ ବଧୂ ହତ୍ୟା

ନାଳନ୍ଦା —ବିହାରର ନାଳନ୍ଦା ଜିଲ୍ଲାରେ ଘଟିଥିବା ଏକ ଘଟଣାକୁ ନେଇ ଏବେ ଚଞ୍ଚଲ୍ୟ ଖେଳି ଯାଇଛି । ଯୌତୁକ ପ୍ରଥାକୁ ହଟାଇବା ପାଇଁ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଚେଷ୍ଟା ଚଳାଇଥିବା ବେଳେ ଏପରି ଏକ ଘଟଣା ଘଟିବା ନିନ୍ଦନୀୟ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ନାଳନ୍ଦା ଜିଲ୍ଲାର ଫୁଲବାରିୟା ଗ୍ରାମରେ ଶାଶୁଘର ଲୋକେ ନିଜ ବୋହୂ ବବିତା ଦେବୀଙ୍କୁ ଯୌତୁକ ପାଇଁ ହତ୍ୟା କରିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ପରେ ପୁଲିସ ପୀଡ଼ିତାଙ୍କ ସ୍ୱାମୀଙ୍କୁ ଗିରଫ କରିଥିବା ବେଳେ ପରିବାରର ଅନ୍ୟ ୫ଜଣ ସଦସ୍ୟ ଫେରାର ଥିବା ଜଣା ପଡ଼ିଛି ।ସୂଚନା ମୁତାବକ, ପ୍ରଥମେ ସେମାନେ ବବିତାଙ୍କ ଆଖି ଫୁଟାଇବା ସହ ପରେ ବିଷ ଦେଇ ତାଙ୍କୁ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି । ହତ୍ୟା ପରେ କାହାକୁ ଯେମିତି ସନ୍ଦେହ ନ ହେଉ ସେଥିପାଇଁ ଶାଶୁ ଘର ଲୋକେ ବବିତାଙ୍କ ମୃତଦେହ ନେଇ ଜହାନାବାଦ୍ ଏକ ବିଲରେ ଫିଙ୍ଗି ଦେଇଥିଲେ । ଗୁରୁବାର ଏହି ଘଟଣା ଘଟିଥିବା ବେଳେ ଶୁକ୍ରବାର ସକାଳୁ ଜାନାବାଦ୍ର ସ୍ଥାନୀୟ ଲୋକେ ମୃତଦେହ ଦେଖି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ ।
ପୁଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଥିଲା । ଯାହା ପରେ ବବିତାଙ୍କ ପରିଚୟ ସାମ୍ନାକୁ ଆସିଥିଲା । ଏ ନେଇ ପୀଡ଼ିତାଙ୍କ ବାପଘର ଲୋକଙ୍କୁ ସୂଚନା ମିଳିବା ପରେ ସେମାନେ ପୀଡ଼ିତାଙ୍କ ଶାଶୁଘର ଲୋକଙ୍କ ଉପରେ ଅଭିଯୋଗ ଆଣିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 3 =