ବ୍ରଜରାଜନଗର ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ

ବ୍ରଜରାଜନଗର ଉପନିର୍ବାଚନ ନେଇ ଭୋଟ ଗ୍ରହଣ ପକ୍ରିୟା ଶେଷ ହୋଇଥିବା ବେଳେ, ଆଜି ହେବ ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣନା | ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟଠାରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୋଟ ଗଣନା ପାଇଁ ଗୋଟିଏ ରାଉଣ୍ଡରେ ସମୁଦାୟ ୧୪ଟି ଟେବୁଲ ରହିବ ।

ଇଭିଏମ୍‌ଗୁଡ଼ିକ ଷ୍ଟ୍ରଙ୍ଗ ରୁମରୁ ଅଣାଯାଇ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଖୋଲାଯାଇ ଗଣତି ଚାଲିଛି । ସମୁଦାୟ ୨୭୯ଟି ବୁଥ ଥିବାରୁ ମତ ଗଣନା ୨୦ ରାଉଣ୍ଡ ହେବ ବୋଲି ହିସାବ କରାଯାଇଛି । ନିର୍ବାଚନ ଫଳ ପ୍ରକାଶ ପାଇବାକୁ ଥିବାରୁ ସବୁ ମହଲରେ ଉତ୍କଣ୍ଠା ଲାଗି ରହିଛି ।

ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସମୁଦାୟ ୧୧ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ମତଦାନ ହାର ଅପେକ୍ଷାକୃତ କମ ଥିବାରୁ ତ୍ରିକୋଣୀୟ ମୁକାବିଲାରେ ବିଜୟ ବ୍ୟବଧାନ କମ୍‌ ରହିବା ଆକଳନ କରାଯାଉଛି । ମତଦାନ ଗଣତି କେନ୍ଦ୍ର ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଭୋଟଗଣତି ଶେଷ ହୋଇଯିବା ସହିତ ବ୍ରଜାରାଜନଗରକୁ ନୂଆ ବିଧାୟକ ମିଳିଯିବ ।

ସୂଚନାଯୋଗ୍ୟ, ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ହେବା ପରେ ଗତ ମେ’ ମାସ ୩୧ ତାରିଖରେ ବ୍ରଜରାଜନଗରରେ ଉପନିର୍ବାଚନ ହୋଇଥିଲା । ୭୧.୯୦ ପ୍ରତିଶତ ମତଦାନ ହୋଇଥିଲା । ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଲକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସର ପାର୍ଥୀ କିଶୋର ପଟେଲଙ୍କ ମଧ୍ୟରେ ଅସଲ ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ ।

Share

Leave a Reply

Your email address will not be published. Required fields are marked *

3 × three =