ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ନିର୍ବାଚନ ବାତିଲ ଘୋଷଣା

ରାଜ୍ୟର ପ୍ରମୁଖ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଛି । ରାଜନୈତିକ ଦଳଙ୍କ ହସ୍ତକ୍ଷେପ ଯୋଗୁଁ ନିର୍ବାଚନ ପୂର୍ବରୁ କ୍ୟାମ୍ପସ ପରିସରରେ ଉତ୍ତେଜନା ବଢୁଛି କି ? ଏପରି ପ୍ରଶ୍ନ ମୁଣ୍ଡ ଟେକୁଛି । ପୂର୍ବରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଉତ୍ତେଜନାକୁ ଆଖିରେ ରଖି ୟୁନିର୍ଭସିଟି କର୍ତୃପକ୍ଷ ନିର୍ବାଚନ ବାତିଲ କରିଛନ୍ତି । କ୍ୟାମ୍ପସରେ ଉତ୍ତେଜନା ବଢିବାରୁ ଅକ୍ଟୋବର ୧ ତାରିଖରେ ନିର୍ବାଚନ ବାତିଲ ଘୋଷଣା କରାଯାଇଥିଲା । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅକ୍ଟୋବର ୩ ତାରିଖରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସାଇନ-ଏ-ଡାଏ ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ । ଏପେଟ ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ ଛାତ୍ର ଅଶାନ୍ତିକୁ ଆଖିରେ ରଖି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ନିର୍ବାଚନ ବାତିଲ ଘୋଷଣା କରିଛନ୍ତି । ଏହାର ପ୍ରତିବାଦରେ ଉତ୍ୟକ୍ତ ଛାତ୍ରମାନେ କ୍ୟାମ୍ପସ ପରିସରରେ ଟାୟାର ଜାଳି ପ୍ରତିବାଦ କରିଥିଲେ । ସେହିପରି ଗତକାଲି ରାତିରେ ପ୍ରାର୍ଥୀପତ୍ର ନାକଚକୁ ନେଇ ଭଂଜବିହାରରେ ଉତ୍ତେଜନା ଦେଖା ଦେଇଛି । ଛାତ୍ରମାନେ ଭଙ୍ଗାରୁଜା କରିବା ସହ ବିଶ୍ୱବିଦ୍ୟାଳୟ ପରିସରରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ଏହାପରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ନିର୍ବାଚନ ବାତିଲ ଘୋଷଣା କରିଥିଲେ । ଆଜି ସକାଳେ ୟୁନିର୍ଭସିଟିରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସାଇନ -ଏ-ଡାଏ ଘୋଷଣା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

20 − 19 =