ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ I ଦ୍ରୌପଦୀଙ୍କ ନାଁ ବହୁ ପୂର୍ବରୁ ଚର୍ଚ୍ଚାରେ ଥିବାବେଳେ ଆଜି ଦ୍ରୌପଦୀଙ୍କ ନାଁ ଘୋଷଣା କରିଛି ଏନ ଡି ଏ I ମିଳିତ ବିରୋଧୀଦଳ ପ୍ରାର୍ଥୀ ଯଶୋବନ୍ତଙ୍କ ସହ ଦ୍ରୌପଦୀଙ୍କ ପ୍ରତିଦ୍ୱନ୍ଦିତା ହେବ I ତେବେ ସଂଖ୍ୟା ଦୃଷ୍ଟିରୁ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ ଥିବାରୁ ପ୍ରଥମଥର ପାଇଁ ଓଡ଼ିଶାର ଜଣେ ମହିଳା ରାଷ୍ଟ୍ରପତି ଆସନରେ ବସିବାକୁ ଯାଉଛନ୍ତି I ଦ୍ରୌପଦୀ ପୂର୍ବରୁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି I ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ସମ୍ପାଦନ କରିଛନ୍ତି I

Share

Leave a Reply

Your email address will not be published. Required fields are marked *

seventeen + one =