ବିଜେଡି ନେତାଙ୍କ ଗୁଳିରେ ବାପପୁଅ ଗୁରୁତର

ଜୟପୁର(କୋରାପୁଟ)-ସ୍ଥାନୀୟ ରାଜନଅର ଛକ ଠାରେ ଦୁର୍ବୃର୍ତ ମାନଙ୍କର ଗୁଳି ମାଡରେ ବାପ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିସô୍ା ପାଇଁ ଜୟପୁର ଡାକ୍ତରଖାନାରେ ଭର୍ତୀ କରାଯାଇଛି । ବାପ ପୁଅ ଦୁହେଁ ଆସୁଥିବା ବେଳେ ସ୍ଥାନୀୟ ଯୁବ ବିଜେଡି ସଭାପତିଙ୍କ ନେତୃତ୍ୱରେ କିଛି ଲୋକ ସଂଘବଦ୍ଧ ଭାବରେ ବାପ ପୁଅଙ୍କ ଉପରେ ଆକ୍ରମଣ କରିଥିଲେ ଏହି ସମୟରେ କିଛି ଦୁର୍ବୃର୍ତ ବାପପୁଅଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିମାଡରେ ପୁଅ ସନ୍ତୋଷ ନାୟକ ଗୁରୁତର ଭାବେ ଆହତ ହୋଇଛନ୍ତି । ବାପ ମଧ୍ୟ ଲୋକମାନଙ୍କ ଆକ୍ରମଣରେ ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିସô୍ା ପାଇଁ ଡାକ୍ତରଖାନାରେ ଭର୍ତୀ କରାଯାଇଛି । ଏହି ଘଟଣାରୁ ଏଠାରେ ରାଜନୈତିକ ଉତେଜନା ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

5 × 3 =