ବରୁଣ ଓ ଅଭିନେତ୍ରୀ ଅନୁଷ୍କା ସ୍କିଲ ଇଣ୍ଡିଆ ମିଶନ କ୍ୟାମ୍ପେନର ବ୍ରାଂଣ୍ଡ ଆମ୍ବାସଡର

ଭୁବନେଶ୍ୱର, ମୁମ୍ବାଇ ୧୮ ସେପ୍ଟେମ୍ବର-ବଲିଉଡ ଅଭିନେତା ବରୁଣ ଧାବନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍କିଲ ଇଣ୍ଡିଆ ମିଶନ କ୍ୟାମ୍ପେନର ବ୍ରାଂଣ୍ଡ ଆମ୍ବାସଡର ହେବାପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଥିବା ବହୁପ୍ରିତିକ୍ଷୀତ ସୁଇ-ଧାଗା ଚଳଚିତ୍ରରେ ଏହି ଦୁଇ ଯୋଡି ଭାରତର ଦକ୍ଷତା ଯୁକ୍ତ ମାନବସମ୍ବଳକୁ ସମ୍ମାନିତ କରିବା ପାଇଁ ଆଗେଇ ଆସିଛନ୍ତି । ବିଶେଷ ଭାବରେ ଭାରତର ମାଟି ସହ ଜଡିତ କାରିଗର, ଶିଳ୍ପୀ ଓ ବୁଣାକାର ମାନେ ଯେଉଁମାନେ ଭାରତକୁ ସମଗ୍ର ବିଶ୍ୱରେ ସମ୍ମାନିତ କରିଛନ୍ତି ଏହି କଳାକାର ଯୋଡି ସେମାନଙ୍କୁ ସମ୍ମାନିତ କରିବା ପାଇଁ ଆଗେଇ ଆସିଛନ୍ତି ।
ସୁଇ-ଧାଗା ଚଳଚିତ୍ରରେ ଧାବନ ଜଣେ ଦର୍ଜୀର ଭୂମିକା ମୌଜୀ ଭାବେ ଅଭିନୟ କରିଛନ୍ତି । ସେହିପରି ଅନୁଷ୍କା ତାଙ୍କ ପତ୍ନୀ ଭୂମିକାରେ ଥିବା ମମତା ନାମରେ ଏମ୍ପୋଡୋରୀ କାରିଗର ଭାବେ ଅଭିନୟ କରିଛନ୍ତି । ସେମାନଙ୍କର କଠିନ ପରିଶ୍ରମରେ ବଡ ହେବାକୁ ସ୍ୱପ୍ନ ରଖିଥିବା ଏହି ଯୋଡି ଚଳଚିତ୍ରରେ ଦେଶର କଳା ଓ କାରିଗରୀ କ୍ଷେତ୍ରରେ ଥିବା ବିକାଶର ଅପାର ସମ୍ଭାବନାକୁ ପ୍ରଦର୍ଶିତ କରିଛନ୍ତି ।
ସ୍କିଲ ଇଣ୍ଡିଆର ବ୍ରାଂଡ ଆମ୍ବାସଡର ଭାବେ ଦୁଇ କଳାକାର ନିଜର ସମୟ ଦେଇ ଦେଶର ବିଭିନ୍ନ ସ୍ଥାନକୁ ଗସ୍ତ କରିବା ସହ ଭାରତର ଯୁବ ପୀଢିର ଦକ୍ଷତା ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବେ ।
ଏହା ଉପରେ ନିଜର ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବରୁଣ ଧାବନ ଓ ଅନୁଷ୍କା ଶର୍ମା ତାଙ୍କର ଚଳଚିତ୍ର ସୁଇ-ଧାଗା ମାଧ୍ୟମରେ ଦେଶର ଅନନ୍ୟ କିନ୍ତୁ ନଜର ଆଢୁଆଳରେ ଥିବା ମାନବସମ୍ବଳର ଦକ୍ଷତାକୁ ଲୋକଙ୍କ ସାମ୍ନାକୁ ଆଣିବାରେ ଏକ ନିଷ୍ଠାପର ଉଦ୍ୟମ କରିଛନ୍ତି । ଏହି ଚଳଚିତ୍ରରେ ବହୁତ ବଡ ସାମାଜିକ ବାର୍ତା ରହିଛି । ଭାରତ ବିଶ୍ୱର ଗୋଟିଏ ଯୁବଦେଶ । ଏହି ଯୁବ ପୀଢିର ଦକ୍ଷତା ଓ ଉଦ୍ୟମୀ ହେବାର ଇଛାଶକ୍ତି ଦେଶକୁ ବିଶ୍ୱରେ ଏକ ନୂଆ ପରିଚୟ ଦେବାରେ ସହାୟ ହେବ ।
ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତର ସ୍ୱପ୍ନକୁ ଏହି ଦୁଇ ଅଭିନେତା ଯୋଡି ସ୍କିଲ ମିଶନରେ ସାମିଲ ହେବାଦ୍ୱାରା ଅଧିକ ଶକ୍ତି ମିଳିବ ।
ଉଭୟ ବରୁଣ ଧାବନ ଓ ଅନୁଷ୍କା ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସ୍କିଲ ଇଣ୍ଡିଆ ମିଶନକୁ ଭୂୟସୀ ପ୍ରଂଶସା କରିଛନ୍ତି । ଏହା ଭାରତର ଯୁବସମାଜ ଦକ୍ଷ ଓ ସଙ୍ଗଠିତ କରିବା ସହ ଦେଶର ପାରମ୍ପରିକ ଶିଳ୍ପୀ , କଳାକାର ଓ ତତସମ୍ବନ୍ଧୀୟ ମାନବସମ୍ବଳକୁ ଅଧିକ ରୋଜଗାରକ୍ଷମ କରିବା ସହ ଦେଶକୁ ପ୍ରଗତୀର ରାସ୍ତାରେ ନେବ ବୋଲି ଅଭିନେତା ଓ ଅଭିନେତ୍ରୀ ଦ୍ୱୟ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

8 + nine =