ପଟିଆଲା ରାଜେନ୍ଦ୍ର ହସ୍ପିଟାଲରେ ଭର୍ତ୍ତି ହେଲେ ସିଦ୍ଧୁ

ଜେଲ୍ ରୁ ହସ୍ପିଟାଲ । ଜେଲ୍ ରେ ଥିବା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ପଟିଆଲା ଜେଲ୍‌ରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି। ଜେଲରେ ରୁଟି ଡାଲି ଖାଇବାକୁ ମନା କରିବା ପରେ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କ ମେଡିକାଲ ଚେକ୍‌ଅପ୍ ହେବ ବୋଲି ଖବର ମିଳିଛି।

ସୂଚନା ମୁତାବକ, ସିଦ୍ଧୁ ଜେଲରେ ମିଳୁଥିବା ରୁଟି ଏବଂ ଡାଲି ଖାଇବାକୁ ସିଧା ସିଧା ମନା କରିଦେଇଛନ୍ତି। ତାଙ୍କ ଓକିଲଙ୍କ କହିବା ମୁତାବକ, ଗତ ଦୁଇ ଦିନ ହେଲା ସେ କେବଳ ଫଳ ଖାଇ ରହିଛନ୍ତି। ସେ କହିଛନ୍ତି, ଗହମ ପ୍ରତି ତାଙ୍କର ଆଲର୍ଜି ଅଛି। ଏପରି ସ୍ଥିତିରେ ସେ ଗହମରେ ପ୍ରସ୍ତୁତ ରୁଟି ଖାଇବେ ନାହିଁ। ବର୍ତ୍ତମାନ ସେ ଜେଲରେ କେବଳ ସାଲାଡ୍ ଖାଇ ରହୁଛନ୍ତି। ତାଙ୍କର ଡାଏଟ୍ ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି।

ସିଦ୍ଧୁଙ୍କର ଗହମ ପ୍ରତି ଆଲର୍ଜି ଅଛି, ତା ସହିତ ତାଙ୍କର ଲିଭର ସମସ୍ୟା ମଧ୍ୟ ରହିଛି। ଏହି କାରଣରୁ ସିଦ୍ଧୁ ଜେଲ ପ୍ରଶାସନକୁ ସ୍ପେଶାଲ ଡାଏଟ୍ ପ୍ଲାନ୍ କରିବାକୁ ଦାବି କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ଚେକଅପ୍ ପାଇଁ ନିଆଯାଇଛି। ଚେକ୍‌ଅପ୍‌ ପରେ ତାଙ୍କୁ ଜେଲରେ ସ୍ପେଶାଲ ଖାଦ୍ୟ ଦିଆଯାଇପାରେ ବୋଲି କୁହାଯାଉଛି।

Share

Leave a Reply

Your email address will not be published. Required fields are marked *

19 − eight =