ନିର୍ବାଚନ ପୂର୍ବରୁ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ

କଟକ: ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହ ଜନକ ମୃତ୍ୟୁ । କଟକ ସଦର ଯଶପଡା ଗ୍ରାମ ପଂଚାୟତର ସରପଞ୍ଚ ପ୍ରାର୍ଥୀ ମୃତ୍ୟୁ । ମୃତ୍ୟୁ ବରଣ କରିଥିବା ସରପଞ୍ଚ ପ୍ରାର୍ଥୀ ହେଉଛନ୍ତି ନମିତା ବେହେରା । ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ସୂଚନା ଅନୁସାରେ ନମିତା ଚଳିତ ପଞ୍ଚାୟତ ନିର୍ବାଚନରେ ମାଛ ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଥିଲେ । ନିର୍ବାଚନ ଜିତିବାକୁ ଭରପୂର ପ୍ରଚାର ମଧ୍ୟ କରିଥିଲେ ନମିତା । କିନ୍ତୁ ଗତକାଲି ରାତିରେ ନମିତା ବେହେରା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କଟକ ବଡ ମେଡିକାଲରେ ଶବ ବ୍ୟବଛେଦ ପରେ ମୃତ୍ୟୁ ସଂପର୍କରେ ଅଧିକ ତଥ୍ୟ ମିଳିପାରିବ । ତେବେ ନମିତା ବେହେରା କାହିଁକି ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି ।

Share

Leave a Reply

Your email address will not be published. Required fields are marked *

11 + seven =