ଦିଲ୍ଲୀ ନଗର ନିଗମ ନିର୍ବାଚନ: ୧୩୪ ସିଟ୍‌ରେ ଜିତିଲା ଆପ୍

ଦିଲ୍ଲୀ ଏମସିଡିରେ ଚାଲିଲା ଝାଡୁ । ୧୫ ବର୍ଷ ବିଜେପି ଶାସନରେ ଝାଡୁ ଲଗେଇଲା ଆମ ଆଦମୀ ପାର୍ଟି । ନଗର ନିଗମ ନିର୍ବାଚନରେ ଆପ୍‌ର ବାଜିମାତ । କେଜରିଓ୍ବାଲଙ୍କ ଦଳ ବହୁମତ ସଂଖ୍ୟା ପାର କରିସାରିଥିବା ବେଳେ ବିଜେପି ଦୁଇ ନମ୍ବରକୁ ଖସି ଆସିଛି । ଦୀର୍ଘ ଦେଢ଼ ଦଶନ୍ଧୀ ପରେ ଏମସିଡିରେ ଭାରତୀୟ ଜନତା ପାର୍ଟିର ରାଜ୍ ଶେଷ ହେବାକୁ ଯାଉଛି । ଏମସିଡିର ୨୫୦ଟି ଆସନରୁ ଆପ୍‌ ୧୩୪ଟିରେ ଜିତିଥିବା ବେଳେ ବିଜେପି ୧୦୪ ୱାର୍ଡରେ ବିଜୟୀ ହୋଇଛି। କଂଗ୍ରେସ ମାତ୍ର ୮ଟି ଆସନ ଜିତିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟାନ୍ୟ ଦଳ ୪ଟି ସ୍ଥାନରେ ବାଜିମାତ କରିଛନ୍ତି। ଆପ୍‌ ଓ ବିଜେପି ମଧ୍ୟରେ ଏମସିଡି ନିର୍ବାଚନ ସମ୍ମାନର ଲଢ଼େଇ ଥିଲା।

ବିଜେପି ୮୫ ସିଟ୍ ଜିତି ସାରିଥିବା ବେଳେ ୧୦ ସିଟରେ ଆଗରେ ରହିଛି । ଦିଲ୍ଲୀବାସୀ ହିଂସା ଓ ଘୃଣା ରାଜନୀତିକୁ ନପସନ୍ଦ କରିଛନ୍ତି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ କହିଛନ୍ତି । ମହାନଗର ନିଗମର ୨୫୦ଟି ଓ୍ବାର୍ଡରେ ୧୩୪୯ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । ଦିଲ୍ଲୀର ମିନି ସରକାର ଗଠନ ପାଇଁ ଆପ୍ ସପକ୍ଷରେ ଭୋଟ ଯିବ ବୋଲି ଏକଜିଟ ପୋଲ ସର୍ଭେରୁ ଜଣାପଡ଼ିଥିଲା । ଏଗଜିଟ ପୋଲ କରିଥିବା ଅଧିକାଂଶ ସଂସ୍ଥା ଆମ ଆଦମୀ ପାର୍ଟିକୁ ପୂର୍ଣ୍ଣ ବହୁମତ ମିଳିଥିବା ରିପୋର୍ଟ କରିଥିଲେ ।

Share

Leave a Reply

Your email address will not be published. Required fields are marked *

eleven − eleven =