ଡିସେମ୍ବର ୫ରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ମତଦାନ

ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ପଦ୍ମପୁରରେ ଡିସେମ୍ବର ୫ରେ ହେବ ଭୋଟିଂ ବା ମତଦାନ ।

  • ଉପନିର୍ବାଚନ ପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ ।
  • ନଭେମ୍ବର ୧୭ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ।
  • ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୧ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ।
  • ଏହା ପରେ ଡିସେମ୍ବର ୫ରେ ହେବ ଭୋଟିଂ ଓ ଡିସେମ୍ବର ୮ ତାରିଖରେ ଆସିବ ଫଳାଫଳ ।

ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନର । ତେବେ ବିଧାୟକ ବିଜୟ ରଞ୍ଜନ ସିଂ ବରାହଙ୍କ ଦେହାନ୍ତ ପରେ ଆସନ ଖାଲି ପଡ଼ିଛି ।

Share

Leave a Reply

Your email address will not be published. Required fields are marked *

20 − two =