ଜ୍ଞାନବ୍ୟାପି ମସଜିଦ ମାମଲା

ଦେଶରେ ଜ୍ଞାନବ୍ୟାପି ମସଜିଦକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ କମିଶନର କୋର୍ଟରେ ଏକ ହଜାର ଫଟୋ ଭିଡିଓ ସହିତ ୧୨ ପୃଷ୍ଠାର ରିପୋର୍ଟ ଦାଖଲ କରିଛନ୍ତି । ସେପଟେ କମିଶନର ବାରଣାସିର କୋର୍ଟରେ ସର୍ଭେର ରିପୋର୍ଟ ଦାଖଲ କରିବାକୁ ପୂର୍ବରୁ ଦୁଇ ଦିନ ସମୟ ନେଇଥିଲେ । ମେ ୧୪ରୁ ୧୬ ମଧ୍ୟରେ ହୋଇଥିବା ସର୍ଭେ ରିପୋର୍ଟ ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ କୋର୍ଟର ସ୍ୱତନ୍ତ୍ର କମିଶନର ବିଶାଳ ସିଂ ସର୍ଭେ ରିପୋର୍ଟ ସିଭିଲ ଜଜ ସିନିଅର ଡିଭିଜନ ରବି କୁମାର ଦିବାକରଙ୍କ କୋର୍ଟରେ ଦାଖଲ କରିଛନ୍ତି । ସହାୟକ ଆଡଭୋକେଟ କମିଶନର ଅଜୟ ପ୍ରତାପ ସିଂ ଏବଂ ବିଶାଳ ସିଂ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏହା ପୂର୍ବରୁ ପୂର୍ବତନ କୋର୍ଟ କମିଶନର ଅଜୟ ମିଶ୍ର ବାରଣାସୀ ସିଭିଲ କୋର୍ଟରେ ତାଙ୍କର ଦୁଇ ଦିନିଆ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ।

ମିଳିଥିବା ସୂତ୍ର ଅନୂଯାୟୀ ପୂର୍ବତନ କୋର୍ଟ କମିଶନର ଅଜୟ ମିଶ୍ରଙ୍କ ଦ୍ୱାରା ଦାଖଲ ହୋଇଥିବା ଦୁଇ ପୃଷ୍ଠାର ରିପୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଲ୍ଲେଖ କରାଯାଇଛି । ପୂର୍ବତନ କୋର୍ଟ କମିଶନର ଅଜୟ ମିଶ୍ର ଦୁଇ ଦିନିଆ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ରିପୋର୍ଟରେ ଶେଷନାଗଙ୍କ ଆକୃତି ଏକ ପଥର ପ୍ଲେଟ ବିଷୟରେ ଉଲ୍ଲେଖ ଅଛି । ରିପୋର୍ଟରେ କୁହାଯାଇଛଇ ଯେ ମସଜିଦର ଉତ୍ତରରୁ ପଶ୍ଚିମ ଦିଗକୁ ଯିବାବେଳେ ଏହା ରହିଛି । ଏହା ବ୍ୟତୀତ ଅନେକ ସ୍ଥାନରେ ଦେବତାମାନଙ୍କର ଚିତ୍ର ଦେଖିବାକୁ ମିଳିଛି । କିଛି ପଥର ପ୍ଲେଟରେ କମଳର ଆକୃତି ରହିଛି । ଉତ୍ତରରୁ ପଶ୍ଚିମ ପର୍ଯ୍ୟନ୍ତ କାନ୍ଥର କୋଣରେ ମଧ୍ୟ ବହୁତ ସଙ୍କେତ ରହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

nine + twenty =