ଜଷ୍ଟିସ ଉଦୟ ଉମେଶ ଲଲିତ ହେଲେ ଦେଶର ୪୯ତମ ପ୍ରଧାନ ବିଚାରପତି

ଜଷ୍ଟିସ ଉଦୟ ଉମେଶ ଲଲିତ ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ନାମ ଉପରେ ରାଷ୍ଟ୍ରପତି ମୋହର ଲଗାଇଛନ୍ତି । ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବୁଧବାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । କିଛି ଦିନ ତଳେ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମନ୍ନା ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ୟୁୟୁ ଲଲିତଙ୍କ ନାମ ଆଇନ ମନ୍ତ୍ରଣାଳୟକୁ ସୁପାରିଶ କରିଥିଲେ।

ଜଷ୍ଟିସ ରମନ୍ନା ୨୬ ଅଗଷ୍ଟରେ ଅବସର ନେଉଛନ୍ତି | ଜଷ୍ଟିସ୍ ଲଲିତ ଅଗଷ୍ଟ ୨୭ରେ ୪୯ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ | ତାଙ୍କର କାର୍ଯ୍ୟକାଳ ମାତ୍ର ୭୪ ଦିନ ହେବ।

Share

Leave a Reply

Your email address will not be published. Required fields are marked *

fifteen − eight =