କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ମୋ ପରିବାର ବହୁତ ଖୁସି: ହାର୍ଦ୍ଦିକ ପଟେଲ

ଏବେ ବେଶ କିଛି ଦିନ ହେବ ଚର୍ଚାରେ ରହି ଆସୁଥିବା ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ କଂଗ୍ରେସ ରୁ ଇସ୍ତଫା ଦେଇଛନ୍ତି | ଅନେକ ଦିନ ଧରି ଲାଗି ରହିଥିବା କଳ୍ପନା ଓ ଜଳ୍ପନାର ଅନ୍ତ ଘଟାଇଛନ୍ତି | ତେବେ କଂଗ୍ରେସ ରୁ ଇସ୍ତଫା ଦେବା ପରେ ଏବେ କୁଁ ଦଳରେ ଯୋଗ ଦେବେ ସେନେଇ ଆରମ୍ଭ ହୋଇଯାଇଛି ଚର୍ଚା |

ତାଙ୍କର ଭବିଷ୍ୟତକୁ ନେଇ ନାନା ଚର୍ଚ୍ଚା ଓ ଆଲୋଚନା ଜାରି ରହିଛି । ସେ କେଉଁ ଦଳରେ ଯୋଗଦେବେ ତାହା ଏବେସୁଦ୍ଧା ସ୍ପଷ୍ଟ କରି ନାହାଁନ୍ତି । ଏ ପ୍ରସଙ୍ଗରେ ସୋମବାର ସେ ଏକ ଜାତୀୟ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି ।

ହାର୍ଦ୍ଦିକ କହିଛନ୍ତି ଯେ, ବହୁତ ଶୀଘ୍ର ସେ ନିଜର ଆଗାମୀ କାର୍ଯ୍ୟପନ୍ଥା ବାବଦରେ ସ୍ଥିର କରିବେ । ସମାଜ, ରାଷ୍ଟ୍ର ହିତ, ରାଜ୍ୟର ହିତକୁ ପ୍ରଧାନ୍ୟ ଦେଉଥିବା ଦଳରେ ସେ ସାମିଲ ହେବେ । ଏହା କଂଗ୍ରେସରେ କେବେ ହେଲେ ସମ୍ଭବପର ନଥିଲା । ସେ ଗତ ୭ ବର୍ଷ ହେଲା ଗୁଜୁରାଟ ରାଜନୀତିରେ ସକ୍ରିୟ ଅଛନ୍ତି । ଅନେକ ବର୍ଷ ଧରି କଂଗ୍ରେସ ସରକାରରେ ନାହିଁ । ଗୁଜୁରାଟବାସୀ କଂଗ୍ରେସକୁ ପସନ୍ଦ କରନ୍ତି ନାହିଁ । ବିଜେପି ପ୍ରତି ଲୋକଙ୍କ ସମର୍ଥନ ଅଧିକ ଅଛି । ଆଗାମୀ ୧୦ ଦିନରେ ସେ କେଉଁ ଦଳରେ ସାମିଲ ହେବେ ତାହା ଘୋଷଣା କରିବେ ।

ସେ ଆହୁରି କହିଛନ୍ତି ଯେ, ତାଙ୍କର ବିଚାରଧାରା କେବଳ ଲୋକଙ୍କ ହିତ ପାଇଁ ଅଟେ । ଲୋକଙ୍କ ହିତ ପାଇଁ ସେ ବିଚାରଧାରା ପରିବର୍ତ୍ତନ କରିଦେଇଛନ୍ତି । ତାଙ୍କ ପତ୍ନୀ ଓ ପରିବାର ଲୋକେ ବିଜେପି ସହ ଜଡିତ ଅଛନ୍ତି । ସେ କଂଗ୍ରେସ ଛାଡିବା ପରେ ପତ୍ନୀ ସବୁଠୁ ଖୁସି ହୋଇଥିଲେ । ଏପରିକି ସେ ଯେତେବେଳେ କଂଗ୍ରେସରେ ଯୋଗ ଦେଇଥିଲେ ତାଙ୍କ ପିତା ମଧ୍ୟ କଣ ପାଇଁ ହାତ ଧରିଛି ବୋଲି ପ୍ରଶ୍ନ କରଥିଲେ । ଏବେ କିନ୍ତୁ ପରିବାରରେ ସମସ୍ତେ ଖୁସି ଥିବା ସେ କହିଛନ୍ତି ।ସେ ମଧ୍ୟ କଂଗ୍ରେସ ରୁ ଇସ୍ତଫା ଦେଇ ବେଶ ଖୁସି ଥିବା କହିଛନ୍ତି |

Share

Leave a Reply

Your email address will not be published. Required fields are marked *

18 + 15 =