ଓଡ଼ିଶାର କୁନି ବୈଜ୍ଞାନିକ ସୁମିତ୍ ସାହୁ

ଚେଷ୍ଟା ବଳରେ ନାସାର ଜଣେ ଡାଟା ସାଇଂଟିଷ୍ଟ ଭାବେ କାର‌୍ୟ୍ୟ କରିବା ପାଇଁ ମନୋନିତ ହୋଇପାରିଛନ୍ତି ସୁମିତ୍ ସାହୁ । ନାସା ପାଖରୁ ୧୦ କୋଟି ଟଙ୍କାର ବଣ୍ଡ ସାଙ୍ଗକୁ ଚଳିତ ଶିକ୍ଷା ବର୍ଷଠାରୁ ୨୮ବର୍ଷ ଯାଏଁ ପ୍ରତିମାସ ୧୦ହଜାର ଟଙ୍କାର ଛାତ୍ର ବୃତି ପାଇବାକୁ ମନୋନିତ ହୋଇଛନ୍ତି ବାରିପଦାର କୁନି ବୈଜ୍ଞାନିକ ସୁମିତ୍ ସାହୁ । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ଦାରୋଗାଡାହି ଅଞ୍ଚଳର ସୁମିତ ସାହୁ । ଯିଏ କି ଶ୍ରୀ ସତ୍ୟସାଇ ବିଦ୍ୟା ବିହାର ଛାତ୍ର । ଏବେ ସୁମିତ ନାସା (ନ୍ୟାସନାଲ ଏରୋନଟିକସ୍ ସ୍ପେସ ଆଡମିନିଷ୍ଟ୍ରେସନ)ରେ ଡାଟା ସାଇଣ୍ଟିଷ୍ଟ ଭାବେ କାର‌୍ୟ୍ୟ କରିବାକୁ ଚୟନ ହୋଇଛନ୍ତି । ସେ ପ୍ରଥମେ ଗତ ଜୁଲାଇ ମାସରେ ନାସା ଟେକ୍ନୋଲୋଜି ତରଫରୁ ଡାଟା ସାଇଣ୍ଟିଷ୍ଟ ଭାବେ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେଇ ରାଜ୍ୟସ୍ତରୀୟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଏହାପେର ୧୨ ଅଗଷ୍ଟରେ ଭୂବନେଶ୍ୱର ଠାରେ ସର୍ବଭାରତୀୟ ସ୍ତରରେ ପରୀକ୍ଷା ଦେଇ ପ୍ରଥମସ୍ଥାନ ଅଧିକାର କରିଥିଲେ , ପରେ ଅଗଷ୍ଟ ୩୧ରେ ଦିଲ୍ଲୀ ଅର୍ନ୍ତଜାତୀୟ ସ୍ତରରେ ପରୀକ୍ଷା ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଏହି କୃତୀତ୍ୱ ହାସଲ କରିଛନ୍ତି । ତୁଳସୀ ଦୁଇପତ୍ରରୁ ବାସିବା ଭଳି ପିଲାଦିନୁ ସୁମିତର କାର‌୍ୟ୍ୟ କାଳାପ ଚତୁରତା ଓ ଏକାଗ୍ରତାକୁ ଲକ୍ଷ୍ୟ କରି ସୁମିତଙ୍କ ମା ତନୁଜା ସାହୁ ଯାଣିପାରିଥିଲେ କି ; ତାଙ୍କ ପୁଅ ପାଖରେ କିଛି ବିଶେଷ ଗୁଣ ରହିଛି । ବାପା ବିଦେଶରେ ଚାକିରି କରିଥିବା ବେଳେ ମା ତନୁଜା ତାଙ୍କୁ ସବୁ ସମୟରେ ଆଗକୁ ଯିବାର ରାସ୍ତା ଦେଖାଉଥିବା ବେଳେ ସୁମିତଙ୍କୁ ପିଲାଦିନୁ ଟ୍ୟୁସନ ପଢ଼ାଉଥିବା ସାର ମାନେ ମଧ୍ୟ ଖୁବ୍ ଆଶାବାଦୀ ଅଛନ୍ତି । ମାତ୍ର ୧୪ ବର୍ଷ ବୟସରେ ସେ ଏହି ପଦବୀ ପାଇବା ପାଇଁ କିଭଳି ଭାବେ ଯୋଗ୍ୟ ବିବେଚିତ ହେଲେ ତାହାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।

Share

Leave a Reply

Your email address will not be published. Required fields are marked *

twenty − ten =