ଉତ୍ତରପ୍ରଦେଶରେ ଖୁବଶିଘ୍ର ଆରମ୍ଭ ହେବ ହେଲିକାପ୍ଟର ଟ୍ୟାକ୍ସି ସର୍ଭିସ୍

ପର୍ଯ୍ୟଟକଙ୍କ ପାଇଁ ହେଲିକାପ୍ଟର ଟ୍ୟାକ୍ସି ସର୍ଭିସ୍ । ଉତ୍ତରପ୍ରଦେଶ ସରକାର ଖୁବ୍ ଶିଘ୍ର ଆରଂଭ କରିବାକୁ ଯାଉଛନ୍ତି ଏହି ସେବା । ରାଜ୍ୟର ପର୍ଯ୍ୟଟନସ୍ଥଳୀକୁ ହେଲିକାପ୍ଟର ଟ୍ୟାକ୍ସି ସର୍ଭିସ୍ ଜରିଆରେ ଯୋଡିବାର ପ୍ରାୟସକୁ ଜୋରଦାର କରିଛନ୍ତି । ଏହା ଫଳରେ ଖୁବ୍‌ଶୀଘ୍ର ଆଗ୍ରା ଏବଂ ମଥୁରା ମଧ୍ୟରେ ହେଲି ଟ୍ୟାକ୍ସି ସେବା ଆରମ୍ଭ ହୋଇପାରେ । ଏହାପରେ ଆପଣ ଆଗ୍ରା ଏବଂ ମଥୁରା ପର୍ଯ୍ୟଟନସ୍ଥଳୀ ମଧ୍ୟରେ ହେଲିକାପ୍ଟରରେ ଯାତ୍ରା କରିପାରିବେ ।

ଉତ୍ତରପ୍ରଦେଶ ସରକାର ମଥୁରା ଏବଂ ଆଗ୍ରାରେ ହେଲିପୋର୍ଟର ନିର୍ମାଣ, ସଞ୍ଚାଳନ ଏବଂ ରକ୍ଷଣାବେକ୍ଷଣ ଲାଗି ଟେଣ୍ଡର ଡାକିଛନ୍ତି । ଏହାକୁ ନେଇ ମଧ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ସରକାର କହିଛନ୍ତି ଯେ, ୩୧ ମେ’ ଦ୍ବିପ୍ରହର ୧୨ଟା ବେଳେ ଲକ୍ଷ୍ନୌ ସ୍ଥିତ ପର୍ଯ୍ୟଟନ ବିଭାଗର କାର୍ଯ୍ୟାଳୟରେ ପ୍ରି-ବିଡ୍ ଆୟୋଜନ କରାଯିବ । ଏ ନେଇ ୨୩ ଜୁନ୍ ସୁଦ୍ଧା ଆରଏଫକ୍ୟୁ ଜମା କରିବାକୁ ନିର୍ଦ୍ଧାରିତ କରାଯାଇଛି ।

ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ମଥୁରା ଏବଂ ଆଗ୍ରା ହେଲିପ୍ୟାଡ୍‌ର ନିର୍ମାଣ ପିପିପି ମୋଡ୍‌ରେ କରାଯିବ । ସବୁଠୁ କମ୍ ବିଡ୍ କମ୍ପାନୀକୁ ହେଲିପ୍ୟାଡ୍ ନିର୍ମାଣ ବ୍ୟତୀତ ସଞ୍ଚାଳନ ଏବଂ ରକ୍ଷଣାବେକ୍ଷଣକ କାମ ଦିଆଯିବ ।

ହେଲିକାପ୍ଟର ଟ୍ୟାକ୍ସି ସେବା ଆରମ୍ଭ ହେବା ପରେ ଆଗ୍ରା ଏବଂ ମଥୁରା ମଧ୍ୟରେ ଯାତ୍ରା ପ୍ରାୟ ମିନିଟ୍ ରେ ପୂରା ହୋଇଯିବ । ପର୍ଯ୍ୟଟକମାନେ ଗୋଟିଏ ଦିନରେ ହିଁ ଅନେକ ସ୍ଥାନ ବୁଲିପାରିବେ । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ପର୍ଯ୍ୟଟନ ବିଭାଗ ଗୋବର୍ଦ୍ଧନ ପରିକ୍ରମା ପାଇଁ ହେଲିକାପ୍ଟରର ବ୍ୟବସ୍ଥା କରିସାରିଛନ୍ତି ।

ଯେଉଁ ପର୍ଯ୍ୟଟକ ଚାଲି ଚାଲି ପରିକ୍ରମା କରିପାରିବେ ନାହିଁ ସେମାନେ ହେଲିକାପ୍ଟର ଜରିଆରେ ଯାତ୍ରା କରିଥିଲେ ।

Share

Leave a Reply

Your email address will not be published. Required fields are marked *

10 + 12 =