ଆସାମରେ ବନ୍ୟା : ଗଲାଣି 24 ଜଣଙ୍କ ଜୀବନ, ଏବେବି 7.2 ଲକ୍ଷ ଜଳବନ୍ଦୀ

 ଲଗାଣ ବର୍ଷା ଆସାମ ରେ ସୃଷ୍ଟି କରିଛି ବନ୍ୟା ପରିସ୍ଥିତି । ବେହାଲ ହୋଇପଡିଛନ୍ତି ଆସାମ ବାସୀ । ଜଳବନ୍ଦୀ ଏବେ ରାଜ୍ୟରେ ଅନେକ ସହର ଓ ରାସ୍ତାଘାଟ । ଯାହାଫଳରେ ଜନଜୀବନ ପ୍ରଭାବିତ ହୋଇଛି । ତେବେ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ବେଳେ, ତେବେ ବନ୍ୟା ସ୍ଥିତିରେ ସମାନ୍ୟ ସୁଧାର ଆସିଛି । ମାତ୍ର ଏବେ ସୁଦ୍ଧା ଦୁର୍ଦ୍ଦଶା କିନ୍ତୁ କମ ହୋଇନି । ତାସହ ମୃତ୍ୟୁ ସଂଖ୍ୟା ମଧ୍ୟ 24କୁ ବୃଦ୍ଧି ପାଇଛି । ବନ୍ୟା ଜଳରେ ବୁଡି ରାଜ୍ୟରେ ମୋଟ 19 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଭୂସ୍ଖଳନରେ 19 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ସ୍ପଷ୍ଟ କରାଯାଇଛି ।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ପ୍ରଦାନ କରାଯାଇଥିବା ଏକ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ବନ୍ୟା ପ୍ରଭାବିତ ଜିଲ୍ଲା ସଂଖ୍ୟା 29 ଟି ଜିଲ୍ଲାରୁ 22 ଟି ଜିଲ୍ଲାକୁ ହ୍ରାସ ପାଇଛି । ପ୍ରଭାବିତ ଲୋକଙ୍କ ସଂଖ୍ୟା କିନ୍ତୁ 7.2 ଲକ୍ଷରେ ରହିଛି । 91,518 ଜଣଙ୍କୁ 269 ରିଲିଫ କ୍ୟାମ୍ପରେ ଥଇଥାନ କାରଯାଇଛି ।

Share

Leave a Reply

Your email address will not be published. Required fields are marked *

19 − twelve =