ଆଶା ପାରେଖ ପାଇବେ ଦାଦାସାହେବ ଫାଲକେ ପୁରସ୍କାର

ଦିଗଜ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯିବ । କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ଏହି ବାବଦରେ ସୂଚନା ଦେଇଛନ୍ତି । ୩୦ ଡିସେମ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବେ । ଲୋକପ୍ରିୟ ପୁରୁଖା ବଲିଉଡ ଅଭିନେତ୍ରୀ ହେଉଛନ୍ତି ଆଶା ପାରେଖ । ୧୦ ବର୍ଷ ବୟସରୁ ଆରମ୍ଭ କରିଥିଲେ ଫିଲ୍ମ କ୍ୟାରିୟର । ପ୍ରଥମେ ନିର୍ଦ୍ଦେଶକ ବିମଲ ରାୟଙ୍କ ଫିଲ୍ମ ‘ମା’ରେ ଅଭିନୟ କରିଥିଲେ । ୯୫ରୁ ଅଧିକ ଫିଲ୍ମରେ ସେ ନିଜର କଳାରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି । ୧୯୯୨ରେ ପଦ୍ମଶ୍ରୀ ପାଇଥିଲେ ୭୯ ବର୍ଷୀୟା ଏହି ଲୋକପ୍ରିୟ ଅଭିନେତ୍ରୀ । ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାର ମିଳିବା ପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ ।

Share

Leave a Reply

Your email address will not be published. Required fields are marked *

five × 2 =