ଆଧାରର ସାମ୍ବିଧାନିକ ବୈଧତା କାଏମ

ନୂଆଦିଲ୍ଲୀ—ଆଧାରକାର୍ଡର ବୈଧତାକୁ ସୁପ୍ରିମକୋର୍ଟ ବଜାୟ ରଖିବା ସହିତ ଏହା ପ୍ରତ୍ୟକ ନାଗରିକର ଏକ ସ୍ୱତନ୍ତ୍ର ପରିଚୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଆଧାରର ବୈଧତା ନେଇ ସୁପ୍ରିମକୋର୍ଟରେ ହୋଇଥବା ଏକ ମାମଲାର ରାୟ ଦେଇ ସୁପ୍ରିମକୋର୍ଟ ଆଧାରର ସାମ୍ବିଧାନିକ ବୈଧତା ବଜାଇ ରଖିଛନ୍ତି । କିନ୍ତୁ ଆଧାର ଆଇନର ୫୭ ଧାରାକୁ ସୁପ୍ରିମକୋର୍ଟ ଉଛେଦ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ୟାନକାର୍ଡ,ବ୍ୟାଙ୍କ ଆକାଉଂଟ,ସ୍କୁଲ କଲେଜରେ ନାମଲେଖା, ନିଟ୍ ୟୁଜିସି, ସିବିଏସି ପରୀକ୍ଷା ପାଇଁ ଆଧାର ବାଧ୍ୟତା ମୂଳକ ନୁହେଁ । ଏହା ବ୍ୟତୀତ ମୋବାଇଲରେ ମଧ୍ୟ ଆଧାର ସଂଯୋଗର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି କୌଣସି ଘରୋଇ ସଂସ୍ଥା ମଧ୍ୟ ଆଧାରକାର୍ଡ ଦାବି କରିପାରିବେ ନାହିଁ । ତେବେ ଆଧାର ତଥ୍ୟ ସୁରକ୍ଷା ପାଇଁ କଡା ଆଇନ କରାଯିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନର୍ଦ୍ଦେଶ ଦେବା ସହିତ ଅନୁପ୍ରବେଶ କାରୀ ମାନଙ୍କୁ ଯେପରି ଆଧାରକାର୍ଡ ନମିଳେ ସେଦିଗରେ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଧାର ଅନ୍ୟ ସମସ୍ତ ପରିଚୟପତ୍ର ଠାରୁ ଭିନ୍ନ ବୋଲି ସୁପ୍ରିମକୋର୍ଟ ମତ ଦେବା ସହିତ ଏକ କୌତୁହଳପୂର୍ଣୃ୍ନ ମନ୍ତବ୍ୟ ଦେଇ କହିଛନ୍ତି ଯେ ଶିକ୍ଷା ଆମକୁ ଆଙ୍ଗୁଠିଛାପରୁ ଦସ୍ତଖସ୍ତ ଶିଖାଇଥିଲା କିନ୍ତୁ ଟେକ୍ନୋଲୋଜି ଅମକୁ ପୁଣି ଆଙ୍ଗୁଠିଛାପ ଶିଖାଇଲା ।
ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଜଷ୍ଟିସ୍ ସିକ୍ରି ଏ ମାମଲା ନେଇ ନିଷ୍ପତ୍ତି ପଢ଼ିଛନ୍ତି । ଜଷ୍ଟିସ ସିକ୍ରି, ପ୍ରଧାନବିଚାରପତି ଦୀପକ ମିଶ୍ର ଓ ଜଷ୍ଟିସ ଖାନୱିଲକରଙ୍କ ପକ୍ଷରୁ ଏହି ନିଷ୍ପତି ପଢ଼ିଛନ୍ତି ।
ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସୁପ୍ରିମକୋର୍ଟର ଏହି ରାୟକୁ ଐତିହାସିକ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 + sixteen =