ଅଭିନେତା ଓ ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ

ସୁପରିଚିତ ଅଭିନେତା ଓ ନିର୍ଦ୍ଦେଶକ ସତୀଶ କୌଶିକ ଆଉ ନାହାନ୍ତି। ୬୬ ବର୍ଷ ବୟସରେ ଆଖି ବୁଜିଛନ୍ତି ବଲିଉଡର ଏହି ଲୋକପ୍ରିୟ କଳାକାର । ତାଙ୍କ ବିୟୋଗ ନେଇ ଅଭିନେତା ଅନୁପମ ଖେର ଟୁଇଟ କରି ସୂଚନା ଦେଇଛନ୍ତି। ଏପ୍ରିଲ ୧୩ ତାରିଖ ୧୯୫୬ରେ ଜନ୍ମଗ୍ରହଣ କରିଥିବା ସତୀଶ କୌଶିକ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ହାସ୍ୟ କଳାକାର ଭାବେ ଅଭିନୟ କରି ପ୍ରଶଂସା ସାଉଁଟି ଥିଲେ । ଶେଖର କପୁରଙ୍କ ନିର୍ଦ୍ଦେଶିତ ମିଷ୍ଟର ଇଣ୍ଡିଆ ଫିଲ୍ମରେ ‘କ୍ୟାଲେଣ୍ଡର’ ଭୂମିକାରେ ଅଭିନୟ ତାଙ୍କୁ ପ୍ରସିଦ୍ଧି ଆଣିଥିଲା ।

ତାଙ୍କ ଫିଲ୍ମ କ୍ୟାରିୟରର ଆରମ୍ଭରେ ‘ଜାନେ ଭି ଦୋ ୟାର’, ମଣ୍ଡି ଓ ୱ ସାତ୍ ଦିନ ଭଳି ଫିଲ୍ମରେ ମଧ୍ୟ ସତୀଶ କୌଶିକ ପ୍ରଭାବଶାଳୀ ଅଭିନୟ କରିଥିଲେ। ଅଭିନୟ ସହ କେତେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ବି ଦେଇଥିଲେ ସତୀଶ କୈ।ଶିକ । ରୂପ କି ରାନୀ, ଚୋରୋଁ କା ରାଜା, ହମ୍ ଆପକେ ଦିଲ ମେଁ ରହତେ ହୈ, ତେରେ ନାମ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ସତୀଶ । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକ ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

sixteen − ten =