ଝଲସୁଛି ଲାଲ କିଲ୍ଲା

ନୂଆଦିଲ୍ଲୀ () ସ୍ବାଧୀନତା ଦିବସର ପାଇଁ ଦେଶର ଐତିହ୍ୟ ସ୍ମାରକୀ ଲାଲ୍‌ କିଲ୍ଲାକୁ ସଜ୍ଜିତ କରି ଶୋଭନୀୟ କରିବାକୁ ଅଣ୍ଟା ଭିଡିଛନ୍ତି ସରକାର। ଯାହାକୁ ନେଇ ଲାଲ୍‌ କିଲ୍ଲାରେ ଲାଗିଛି ୨୫୦୦ରୁ ଅଧିକ ଲ୍ୟାମ୍ପ। ମୋଗଲ ସାମ୍ରାଜ୍ୟରେ ର୍ନିମିତ ଏହି ସ୍ମାରକୀ ଲାଲ୍‌ କିଲ୍ଲାର ଶୋଭା ବଢ଼ାଉଛି। ତେବେ ସ୍ବାଧୀନତା ଦିବସ ଉପଲକ୍ଷେ ଗତ ଶୁକ୍ରବାରଠାରୁ ଆଲୋକମାଳାରେ ସଜ୍ଜିତ ହୋଇଛି ଲାଲ୍‌ କିଲ୍ଲା। ଏହି ଆଲୋକମାଳାର ସୈାନ୍ଦର୍ଯ୍ୟତା ଶୁକ୍ରବାର ସନ୍ଧ୍ୟା ୭.୩୦ରୁ ୧୧ଟା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ଏହି ଅପୂର୍ବ ସ୍ମାରକୀ ଲାଲ୍‌ କିଲ୍ଲାର ଲୋଭନୀୟ ଦୃଶ୍ୟକୁ ଉପଭୋଗ ଲୋକମାନେ କରୁଛନ୍ତି। ପ୍ରଥମ ଥର ପାଇଁ ଗୋଟିଏ ଐତିହାସିକ କୀର୍ତ୍ତିର ସମ୍ମୁଖ କାନ୍ଥ ଓ ଦୁଇଟି ପ୍ରମୁଖ ପ୍ରବେଶ ପଥ- ଲାହୋରୀ ଗେଟ୍‌ ଓ ଦିଲ୍ଲୀ ଗେଟ୍‌ ଆଲୋକିତ ହୋଇଛି।

ସପ୍ତଦଶ ଶତାବ୍ଦୀର ମୋଗଲ ଯୁଗ ସମୟର ସ୍ମାରକ ଗୁଡ଼ିକର ସୂର୍ଯ୍ୟୋଦୟ ପରେ ସୈାନ୍ଦର୍ଯ୍ୟ ବାଇବା ପାଇଁ ଆଲୋକମାଳାରେ ସଜା ଯାଇଛି। ସଂସ୍କୃତି ରାଜ୍ୟ ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି, ‘ଭବ୍ୟ ଐତିହାସିକ କୀର୍ତ୍ତି ଗୁଡିକୁ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବା ପାଇଁ ସମସ୍ତ ୧୦୦ ଟି ଆଦର୍ଶ ସ୍ମାରକଗୁଡିକୁ ଆଲୋକିତ କରିବାର ପ୍ରସ୍ତାବ ଦିଆଯାଇଛି। କେବଳ ସ୍ଥାନୀୟ ଲୋକଙ୍କୁ ଐତିହ ପାଇଁ ଗର୍ବ ଅନୁଭୂତ କରାଇବା ନୁହେଁ ବରଂ ରାତ୍ରି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ବଡ଼ ପନ୍ଥା।

Share

Leave a Reply

Your email address will not be published. Required fields are marked *

3 × three =