ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମହିଳା ସ୍କାଟ୍‍

ଭୁବନେଶ୍ବର (): ଚଳିତ ବର୍ଷ ଅଗଷ୍ଟ 15 ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେବେ । ତାଙ୍କୁ ଏଥର ସୁରକ୍ଷା ମହିଳା ସ୍କାଟ ବାହିନୀ । ପ୍ରଥମ ଥର ପାଇଁ ଏହିଭଳି ଏକ ଅତ୍ୟାଧୁନିକ ମହିଳା ସାମରିକ ବାହିନୀକୁ ଭାରତ ବ୍ୟବହାର କରିବାକୁ ଯାଉଛି । ଏଥିରେ ସାମିଲ ହୋଇଥିବା ୩୬ଜଣ ଯାକ ମହିଳା ଜଳ, ସ୍ଥଳ ଏବଂ ଆକାଶରେ ଆତଙ୍କୀ ହାମଲା ସହ ଲଢ଼ିବାର ସବୁ ପ୍ରକାର ତାଲିମ ପାଇଛନ୍ତି । ଏଭଳି ପୁଲିସ ବଳ ବିଶ୍ବର ଅତ୍ୟାଧୁନିକ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ନାହିଁ । ପରବର୍ତ୍ତୀ ସମୟରେ ସେମାନେ ଦିଲ୍ଲୀର ଆତଙ୍କୀ ଭୟ ଥିବା ଅଞ୍ଚଳର ସୁରକ୍ଷା ଦାୟିତ୍ବରେ ରହିବେ । ଦିଲ୍ଲୀରେ ମହିଳା ଆତତାୟୀଙ୍କ ପ୍ରବେଶ ହେଉଥିବା ଖବର ଜାଣିଲା ପରେ ଏସବୁ ନିଷ୍ପତ୍ତି ନିଆଯାଇଛି ।

୨୦୦୮ ମୁମ୍ବାଇ ଆକ୍ରମଣ ପରେ ଏହିଭଳି ଏକ ମହିଳା ବାହିନୀ ତିଆରି ପାଇଁ ଭାରତ ସରକାର ଚିନ୍ତା କରିଥିଳେ । ଯାହାଙ୍କୁ ଦିଲ୍ଲୀ ପୁଲିସ ଅଧିନରେ ତାଲିମ ଦିଆଯାଇଛି । ଆସାମ, ମଣିପୁର, ସିକ୍କ୍‍ିମ, ମେଘାଳୟ, ତ୍ରିପୁରା, ଅରୁଣାଚଳ ପ୍ରଦେଶରୁ ଏହି ମହିଳାଙ୍କୁ ବଛାଯାଇଥିଲା । ଇଜ୍ରାଏଲ ଢାଞ୍ଚାରେ ତାଙ୍କୁ ତାଲିମ ମିଳିଛି । ଅସ୍ତ୍ର୍ର ନଥିଲେ ମଧ୍ୟ କେମିତି ଳଢ଼ିବେ ସେ ନେଇ ତାଲିମ ପାଇଛନ୍ତି ଏହି ମହିଳା ସ୍କାଟ । ଏହାଛଡ଼ା ସେମାନଙ୍କୁ ପାଣି ଭିତରେ ଶତ୍ରୁ ସହ ଲଢେଇର ମଧ୍ୟ ତାଲିମ ମଳିଛି । ଏହି ମହିଳାଙ୍କୁ ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ଏବଂ ଦକ୍ଷିଣ ଦିଲ୍ଲୀର ରଣନୀତି ଅଞ୍ଚଳରେ ମୁତ୍ତୟନ କରାଯିବ ।

Share

Leave a Reply

Your email address will not be published. Required fields are marked *

fourteen − four =