ହଳଦିଆ ଦାନ୍ତ ପାଇଁ ଲଜ୍ଜିତ ହେଉଛନ୍ତି କି ?

ଦାନ୍ତ ହଳଦିଆ ପଡିବା ପଛରେ ଅନେକ କାରଣ ହୋଇପାରିଥାଏ, ଯେମିତି ଚା, କଫି, ତମ୍ବାକୁ ଏବଂ ସିଗାରେଟର ଅଧିକ ବ୍ୟବହାର କରିବା। ଖାଲି ଲାଜ୍ଜ ପାଇଁ ନୁହେଁ ଦାନ୍ତ ହଳଦିଆ ହେବା ଦ୍ୱାରା ଶରୀରର ମଧ୍ୟ ସମସ୍ୟା ହୋଇଥାଏ । ଯାହାପାଇଁ ଆପଣ ଅସୁସ୍ଥ ହୋଇପାରନ୍ତି । ହେଲେ ଏବେ ଚିନ୍ତା କରନ୍ତୁନି
ଯଦି ଆପଣ ମଧ୍ୟ ଏହି ସମସ୍ୟାରେ ଜଡିତ ଅଛନ୍ତି, ତେବେ ଏହି ଘରୋଇ ଉପଚାର ପୟୋଗ କରି ଆପଣଙ୍କର ଦାନ୍ତକୁ ଧଳା କରିପାରିବେ।
ଆପଣ ନଡିଆ ତେଲର ଫାଇଦା ବିଷୟରେ ଶୁଣିଥିବେ। ଏହା ଆପଣଙ୍କ କେଶ ଏବଂ ତ୍ବଚା ସହିତ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ। କଣ ଆପଣ ଜାଣିଛନ୍ତି ଏହାର ବ୍ୟବହାର କରି ଆପଣ ଦାନ୍ତକୁ ଚମକାଇ ପାରିବେ। ଆସନ୍ତୁ ଜାଣିବା କେମିତି ନଡିଆ ତେଲକୁ ବ୍ୟବହାର କରି ଦାନ୍ତକୁ ହଳଦିଆ ହେବାରୁ ମୁକ୍ତି ପାଇପାରିବେ।
ଆପଣ ମାତ୍ର ଗୋଟିଏ ଚାମଚ ନଡିଆ ତେଲ ନେଇ ଆପଣଙ୍କ ଦାନ୍ତରେ ଲଗାନ୍ତୁ। ଏହାଛଡା ଆପଣ ଏକ ଟୁଥବ୍ରଶରେ କିଛି ବୁନ୍ଦା ନଡିଆ ତେଲ ପକାନ୍ତୁ ଏହା ପରେ ଏହାକୁ ନେଇ କିଛି ସମୟ ପର୍ୟ୍ୟନ୍ତ ଦାନ୍ତକୁ ବ୍ରଶ କରି କୁଳି କରି ଦିଅନ୍ତୁ।
ଲେମ୍ବୁ
ଆପଣ ହଳଦିଆ ଦାନ୍ତରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଲେମ୍ବୁର ସାହାଯ୍ୟ ମଧ୍ୟ ନେଇ ପାରିବେ। ଏଥିପାଇଁ ଲେମ୍ବୁର ରସକୁ ଲୁଣରେ ମିଶାଇ ଦାନ୍ତରେ ଲଗାଇ କିଛି ସମୟ ପରେ କୁଳି କରିଦିଅନ୍ତୁ। ଏହାକୁ ଦୁଇ ସପ୍ତାହ ବାରମ୍ବାର ବ୍ୟବହାର କରିବା ଦ୍ବାରା ଦାନ୍ତ ସଫା ହୋଇଥାଏ।
ବେକିଙ୍ଗ୍ ସୋଡା
ଏହା ଦାନ୍ତକୁ ସଫା କରିବାର ସବୁଠାରୁ ସହଜ ଉପାୟ ମଧ୍ୟରୁ ଗୋଟିଏ। ବେକିଙ୍ଗ୍ ସୋଡା ଦାନ୍ତରୁ ମଇଳା ବାହାର କରି ଦାନ୍ତକୁ ପୁର୍ବ ଭଳି ଧଳା କରାଇଦିଏ। ଏଥିପାଇଁ ଟୁଥବ୍ରଶରେ ବେକିଙ୍ଗ୍ ସୋଡା ମିଶାଇ ବ୍ରଶ କରନ୍ତୁ। ଆପଣ ଏହାକୁ ଭିନେଗାର କିମ୍ବା ଲେମ୍ବୁ ସହିତ ମିଶାଇ କୁଳି ମଧ୍ୟ କରିପାରିବେ। ଆପଣ ବେକିଙ୍ଗ୍ ସୋଡାକୁ ପାଣିରେ ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ। ଏହି ଘୋଳକୁ ସପ୍ତାହରେ ଦୁଇ ଦିନ ଦାନ୍ତରେ ରଗଡି ୧୫ ଦିନ ପରେ ପୁଣି ଥରେ ବ୍ୟବହାର କରନ୍ତୁ।

Share

Leave a Reply

Your email address will not be published. Required fields are marked *

19 − seventeen =