ସକାଳୁ ଆଖୁରସ ରକ୍ତହୀନତା ଦୂର କରେ

ପ୍ରତିଦିନ ସକାଳୁ ଆଖୁରସ ପିଇଲେ ଅନେକ ଉପକାର ମିଳିଥାଏ। ଆଖୁରସରେ ଶରୀରକୁ ସୁସ୍ଥ ରଖିବା ଭଳି ତତ୍ବ ଯେମିତିକି କ୍ୟାଲସିୟମ, ଫସଫରସ, ଗ୍ଲୁକୋଜ୍‌ ଆଦି ଭିଟାମିଲ ପ୍ରଚୁର ମାତ୍ରାରେ ରହିଛି। ନିୟମିତ ଆଖୁରସ ପିଇଲେ ରକ୍ତହୀନତା ଦୂର ହୋଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଆମେରିକା ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକ ସେମାନଙ୍କ ଗବେଷଣା ରିପୋର୍ଟରେ ଏହା ଦର୍ଶାଇଛନ୍ତି। ଆଖୁସରରେ ଅଦାରସ, ଲେମ୍ବୁରସ ଏବଂ ବିଟ ଲୁଣ ମିଶାଇ ପିଇଲେ ଏହା ପାଚନ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିଥାଏ। ବଦହଜମି, କୋଷ୍ଠକାଠିନ୍ୟ ପରି ସମସ୍ୟକୁ ଦୂର କରିବାରେ ଏହା ସାହାର୍ଯ୍ୟ କରେ। ଆଖୁରସରେ ଲୌହ ଅଂଶ ଥିବାରୁ ଏହାକୁ ରକ୍ତହୀନତା ରୋଗୀ ନିୟମିତ ପିଇଲେ ମିଳେ ଅଶେଷ ଲାଭ। ଏହା ମେଦବହୁଳତା ତଥା ହୃଦଘାତ ଭଳି ସମସ୍ୟା ଦୂର କରିଥାଏ ବୋଲି ରିପୋର୍ଟରେ ସୂଚିତ ହୋଇଛି।

Share

Leave a Reply

Your email address will not be published. Required fields are marked *

one × 3 =