ବୈବାହିକ ଜୀବନରେ ରୋମାନ୍ସ ପାଇଁ

ଜୀବନକୁ ସମସ୍ତେ ରୋମାଣ୍ଟିକ ଭାବେ ବଞ୍ଚିବାକୁ ଚାହାଁନ୍ତି  । କିନ୍ତୁ କେହି କେବେ ବିବାହ ପରବର୍ତ୍ତି ଜୀବନକୁ ସଂପର୍କରେ ଚିନ୍ତା କରିନାହାଁନ୍ତି  । ବ୍ୟାଚେଲର ସମୟ ଏବଂ ବିବାହ ପରବର୍ତ୍ତି ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ  । କିନ୍ତୁ ସୁସ୍ଥ ଓ ଲମ୍ବା ଜୀବନ ପାଇଁ ବିବାହ ପରିବର୍ତ୍ତି ସମୟକୁ ବି ରୋମାଣ୍ଟିକ କରିବାକୁ ହୁଏ  । ତେଣୁ   ବିବାହ ପରବର୍ତ୍ତୀ ଜୀବନକୁ ରୋମାଣ୍ଟିକ କରିବା ଲାଗି କେତେକ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। କୌଣସି ନିଷ୍ପତ୍ତି ଯେପରି ଜୀବନ ସାଥୀଙ୍କୁ ଆଘାତ ନ ପହଞ୍ଚାଇବ ସେ ଦିଗ ପ୍ରତି ଗୁରୁତ୍ବ ଦେବା ଆବଶ୍ୟକ। ଚାକିରି ପରିବର୍ତ୍ତନ କରିବା, ଋଣ କରିବା କିମ୍ବା ଘର ପାଇଁ କୌଣସି ଏକ ବଡ଼ ଧରଣର ଜିନିଷ କିଣିବା କ୍ଷେତ୍ରରେ ପରସ୍ପରର ସହମତିରେ କାମ କଲେ ସଂପର୍କ ହୋଇଥାଏ ସୁଦୃଢ଼ । ବିବାହ ପରେ ପରସ୍ପରର ଆଚରଣ ସହ ଖାପଖୁଆଇ ଚଳିବା ବୁଦ୍ଧିମାନର କାମ ହୋଇଥାଏ । ଜୀନସାଥୀଙ୍କର କୌଣସି ଆଚରଣ ଭଲ ଲାଗୁ ନ ଥିଲେ ଏହାକୁ ତୁରନ୍ତ ପରିବର୍ତ୍ତନ ନ କରି ପ୍ରେମର ସହ ବୁଝାଇବା ଆବଶ୍ୟକ। ଛୋଟ ଛୋଟ ଖୁସି ମଧ୍ୟ ପରସ୍ପର ସହ ବାଣ୍ଟିବା ଜରୁରୀ। ନିଜ ସାଥୀଙ୍କୁ କୌଣସି କଥା ଲୁଚାଇବା ଭଲ ନୁହେଁ । ଦାମ୍ପତ୍ୟ ସମ୍ପର୍କ ଯେତିକି ନିବିଡ଼ ସେତିକି ସମ୍ବେଦନଶୀଳ ମଧ୍ୟ । ତେଣୁ ସମ୍ପର୍କ ପ୍ରତି କୌଣସି ସମୟରେ ଅବହେଳା କରିବା ଅନୁଚିତ । ଅଫିସ, ମୋବାଇଲ, ଲାପଟପ ଓ ଟିଭି ମାୟାରେ ପଡ଼ି ନିଜ ସାଥୀଙ୍କ ପ୍ରତି ଅବହେଳା କରିବା ଠିକ୍‌ ନୁହେଁ। ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଛୋଟମୋଟ ଝଗଡ଼ା ହେବା କିଛି ବଡ଼ କଥା ନୁହେଁ । କିନ୍ତୁ ଏହି ଝଗଡ଼ା ସମୟରେ ମୁହଁରୁ ଯେପରି କୌଣସି ଖରାପ ଶବ୍ଦ ବାହାରି ନ ଯାଏ ସେଥିପ୍ରତି ଦୃଷ୍ଟି ରଖିବା ଆବଶ୍ୟକ । ଏପରି ହେଲେ ପରିବାର ଖୁସିରେ ଭରିବା ସହିତ ଜୀବନ ହେବ ରୋମାଣ୍ଟିକ ।

Share

Leave a Reply

Your email address will not be published. Required fields are marked *

12 − four =