ଭାତ ଖାଇବା ଦ୍ୱାରା ମିଳିଥାଏ ଅନେକ ଫାଇଦା

ଭାତକୁ ସାଧାରଣତଃ ଭାରତର ପ୍ରଧାନ ଖାଦ୍ୟ ବୋଲି କୁହାଯାଏ । ଦକ୍ଷିଣ ଏବଂ ଉତ୍ତର ଭାରତର ଲୋକେ ଅନ୍ୟ ଖାଦ୍ୟ ଅପେକ୍ଷା ବେଶି ଭାତ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ କିଛି ଲୋକ ଭାତକୁ ଏକ ହାଲକା ଭୋଜନ ବୋଲି କହୁଥିବା ବେଳେ କିଛି ଲୋକେ ଏହାକୁ ମୋଟାପଣ ପାଇଁ ଦାୟୀ ବୋଲି କହିଥାନ୍ତି । ହେଲେ ବାସ୍ତବ କଥା ହେଲା କି ପ୍ରତିଦିନ ଭାତ ଖାଇବା ଦ୍ୱାରା ଶରୀରରେ କମ୍ପପ୍ଲେକ୍ସ, କାର୍ବୋହାଇଡ୍ରେଟ ଏବଂ ଭିଟାମିନ-ବି ମିଳିଥାଏ ।
ସେହିପରି ରାତିରେ ଭାତ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରଣ ବୋଲି କୁହାଯାଏ । ଏଥିପାଇଁ ଅଧିକାଂଶ ଲୋକେ ରାତିରେ ଭାତ ଖାଇବାକୁ ନାପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ କି ବାସ୍ତବରେ ରାତିରେ ଭାତ ଖାଇବା ଦ୍ୱାରା ଶରୀରରୁ ଅନେକ ଫାଇଦା ମିଳିଥାଏ । ଏକଥା ଆମେ କହୁନାହୁଁ ବରଂ ହେଲଥ ନ୍ୟୁଟ୍ରିସିଆନମାନେ କୁହନ୍ତି ।
• ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ହେଲା ଭାତ ଶୀଘ୍ର ହଜମ ହୋଇଯାଇଥାଏ । ଏଭଳି ପରିସ୍ଥିତିରେ ଏହାକୁ ଖାଇବା ଦ୍ୱାରା ଉଭୟ ହାର୍ଟ ଏବଂ ବ୍ଲଡ ସୁଗାର ରିକୋଭରି ହେବା ସହିତ ରାତିରେ ଭଲ ନିଦ ହୋଇଥାଏ । ଯାହାଦ୍ୱାରା ଶରୀର ସୁସ୍ଥ ରହିଥାଏ ।
• ତେବେ ମୋଟ ଉପରେ କହିବାକୁ ଗଲେ ଭାତ ସହଜରେ ହଜମ ହୋଇଯାଇଥାଏ ତେଣୁ ଡାଇରିଆ ଏବଂ ବଦହଜମୀ ହେବା ପରିସ୍ଥିତିରେ ଭାତ ଖାଇବା ଦ୍ୱାରା ପେଟକୁ ଆରାମ ମିଳିଥାଏ ।
• ପରିଶ୍ରା ଜନିତ ସମସ୍ୟା ଥିଲେ ବି ଭାତକୁ ଫୁଟା ପାଣିରେ ସୋଡା ଏବଂ ଚିନି ମିଶାଇ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
• ଏହାଛଡା ଭାଙ୍ଗ ନିଶା ଛଡାଇବା ପାଇଁ ବି ଏହାକୁ ପ୍ରୟୋଗ କରିପାରିବେ ।
• ଭାତ ଖାଇବା ଦ୍ୱାରା ପେଟଜନିତ ସମସ୍ୟା ଦୂର ହୋଇଥାଏ ।
• ଭାତ ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।
• ଭାତ ଖାଇବା ଦ୍ୱାରା କେଶ ପାଚିବା ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ ।
• ସେହିପରି ଭାତରେ ଥିବା ଭିଟାମିନ-୧ ଅନ୍ତନଳୀ ଏବଂ ହାର୍ଟ ପାଇଁ ବେଶି ଲାଭଦାୟକ ଅଟେ । ଏଥିସହିତ ହିଁ ଭାତ ଖାଇବା ଦ୍ୱାରା ଜଳାପୋଡା ଜନିତ ସମସ୍ୟା ବି ଦୂରିଭୁତ ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

twenty − 3 =