କମଳାରେ ରହିଛି ଚମତ୍କାରୀ ଫାଇଦା, ସମସ୍ୟାଟ୍ଟ

କମଳା ଖାଇବାକୁ ଯେପରି ସୁଆଦିଆ ସ୍ବାସ୍ଥ୍ୟା ପ୍ରତି ମଧ୍ୟ ସେମିତି ହିତକାରୀ । ଏହା ଭିତରେ ଭରି ରହିଛି ଅନେକ ପୋଷକ ତତ୍ତ୍ଵ ଯାହା ଶରୀର ପାଇଁ ଅନେକ ଉପକାରୀ ହୋଇଥାଏ । ଆସନ୍ତୁ ଜାଣିବା କମଳା ବାବଦରେ କିଛି ତଥ୍ୟ ଯାହା ଖାଇଲେ ଆପଣଙ୍କ ଶରୀର ରହିବ ସୁସ୍ଥ।

-କମଳାରେ ଭିଟାମିନ ସି ଅଧିକ ପରିମାଣରେ ମହଜୁଦ ଥାଏ । ସେଥିପାଇଁ ଏହା କଲୋନ କ୍ୟାନସରରୁ ରକ୍ଷା କରିବା ସହ ଅତି ତେଜସ୍କ୍ରିୟ ରଶ୍ମି ପ୍ରଭାବରେ ନଷ୍ଟ ହୋଇଯାଉଥିବା କୋଷକୁ ନଷ୍ଟ ହେବାକୁ ଦିଏନାହିଁ ।

-ଏହିଫଳ ଖାଇବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଥଣ୍ଡାରୁ ରକ୍ଷା କରିଥାଏ । ଏହା କାନ ସଂକ୍ରମଣରୁ ମଧ୍ୟ ରକ୍ଷାକରିଥାଏ ।

-କମଳା ଖାଇବା ଦ୍ଵାରା ୫୦ ବର୍ଷ ଯାଏଁ ବି ଯୁବକ ଦେଖାଯିବେ । କମଳାରେ ଥିବା ଆଣ୍ଟି ଅକ୍ସିଡ଼ାଣ୍ଟ ତ୍ଵଚାକୁ କୋଷ ନଷ୍ଟ ହେବାରୁ ସାହାର୍ୟ୍ୟ କରିଥାଏ । ଫଳରେ ସବୁଦିନ ପାଇଁ ଯୁବ ସୁଲଭତା ଦେଖାଦେଇଥାଏ ।

-କମଳାରେ ବି୬ ଭିଟାମିନ ଥବା କାରଣରୁ ରକ୍ତରେ ହିମୋଗ୍ଲୋବିନ ବଢ଼ାଇଥାଏ । କମଳା ଖାଇବା ଦ୍ଵାରା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

-କୋଲେଷ୍ଟୋରେଲ ପରିମାଣ କମ୍ ଥିବା କାରଣରୁ ଏହା ମଧୁମେୟ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ । ଏହାକୁ ମଧୁମେୟ ରୋଗୀ ବିନା ଦ୍ଵିଧାରେ ବ୍ୟବହାର କରିପାରିବେ ।

-କମଳା ଖାଇବାଦ୍ଵାରା କ୍ୟାନସରରୁ ମୁକ୍ତି ଦେଇଥାଏ । ଏହାଭିତରେ ଆଣ୍ଟିଅକ୍ସିଡ଼ାଣ୍ଟ ଓ ବିଟାମିନ ସି ଥିବା କାରଣରୁ କ୍ୟାନସରର ପ୍ରତିରୋଧ କରିଥାଏ ।

-କମଳା ପାଚନ ଶକ୍ତି ବଢ଼ାଇଥାଏ । ଏହାକୁ ଖାଇବା ଦ୍ଵାରା ମଧ୍ୟ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ।

-ଆଖିରୋଗ ଥିବା ବ୍ୟକ୍ତି କମଳା ଖାଇବା ଦ୍ଵାରା ଅନେକ ଉପକାର ପାଇପାରିବେ । ଅନ୍ଧରକଣା କିମ୍ବା ଆଖିକୁ କମ୍ ଦେଖାଯାଉଥିବା ରୋଗୀ ଖାଇଲେ କିଛିଦିନ ପରେ ଦୃଷ୍ଟିଶକ୍ତି ବଵାଇବାରେ ସାହାର୍ୟ୍ୟ କରିଥାଏ ।

Share

Leave a Reply

Your email address will not be published. Required fields are marked *

14 − four =