କ୍ୟାନସର ଚିକିତ୍ସା ପାଇଁ ଗ୍ଲୋବାଲ ମାନଚିତ୍ରିରେ ଓଡିଶା

ଆରମ୍ଭ ହେଲା ପାଲିଏଟିଭ କେୟାର

ଭୁବନେଶ୍ୱର () ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସପିଟାଲ ଓ ରାଇଜିଏଚ ରାଉଲକେଲାରେ ପାଲିଏଟିଭ କେୟାର ବା ବିଭିନ୍ନ ଦୂରାରୋଗ୍ୟର ତ୍ୱରିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଉଦଘାଟନ କରିଛନ୍ତି । ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା ପରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଉଭୟ ଇନଡୋର ଓ ଆଉଡୋର ରୋଗୀଙ୍କ ପାଇଁ ବିଭିନ୍ନ ପ୍ରକାର ସେବା ଯୋଗାଇଦିଆଯିବ । ଇନଡୋର ରୋଗୀଙ୍କ ପାଇଁ ମାଗଣାରେ ବିଶେଷଜ୍ଞଙ୍କ ସହ ଆଲୋଚନା, ମାଗଣା ଔଷଧ, ମାଗଣା ଫିଜିଓଥେରାଫି, ଆଧ୍ୟାତ୍ମିକ ଉପଚାର, ତ୍ୱରିତ ସେବା, ପୃଷି ସେବା ଏବଂ ରୋଗୀଙ୍କ ଫଲୋଅପ ଆଦି ସେବା ଯୋଗାଇଦିଆଯିବ । ଆଉଟଡୋର ରୋଗୀଙ୍କ ପାଇଁ ସେହିଭଳି ସବୁ ପ୍ରକାର ସ୍ୱାସ୍ଥ୍ୟ ସେବା ପାଇଁ ନିୟମିତ ରୋଗୀଙ୍କ ସହ ବିଶେଷଜ୍ଞଙ୍କ ଆଲୋଚନା, ମାଗଣା ଔଷଧ, ମାଗଣା ଫିଜିଓଥେରାଫି, ଆଧ୍ୟାତ୍ମିକ ଉପଚାର ସହ ଉଚ୍ଚମାସର ସ୍ୱାସ୍ଥ୍ୟ ସେବା ପାଇଁ ରେଫର କରାଯିବାର ବ୍ୟବସ୍ଥା ମଧ୍ୟ ରହିବ ।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପାଲିଏଟିଭ କେୟାର ଦ୍ୱାରା ସୁସ୍ଥ ଓଡିଶା ସୁଖୀ ଓଡିଶା ଗଠନର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨୦୧୭ରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ସ୍ତରରେ କ୍ୟାନସର ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରିଥିଲେ । ଏହାଦ୍ୱାରା ଏବେ ସୁଦ୍ଧା ୩୦ କ୍ୟାନସର ରୋଗୀଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯିବା ସହ ୧୪ହଜାର ଲୋକଙ୍କୁ ଜିଲ୍ଲା ସ୍ତରୀୟ ଚିକିତ୍ସାଳୟରେ କେମୋ ଥେରାପି ଦିଆଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର କ୍ୟାନସର ରୋଗୀଙ୍କୁ ୮୬ ପ୍ରକାରର କ୍ୟାନସର ଔଷଧ ମାଗଣାରେ ଦେଉଛନ୍ତି । ଏଥିସହିତ ଏହି ରୋଗୀଙ୍କ ସବୁ ପ୍ରକାର ଚିକିତ୍ସା ମାଗଣା କରାଯାଉଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପିଲାଟିଭ କେୟାର ପାଇଁ ଆବଶ୍ୟକ ଭିତ୍ତିଭୂମୀ ସୃଷ୍ଟି କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ତଦନୁଯାୟୀ ସବୁ ଜିଲ୍ଲାରେ ୬ ସଯ୍ୟା ବିଶିଷ୍ଟ ପାଲିଏଟିଭ କେୟାର ୟୁନିଟ ଗଠନ କରାଯିବ । ୧୦ଟି ଜିଲ୍ଲାକୁ ୧୦ଲକ୍ଷ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ୩୯ ଜଣ ମେଡିକାଲ ଅଫିସର ଓ ୪୩ ଜଣ ଷ୍ଟାଫ ନର୍ସଙ୍କୁ ଏଭିତରେ ପାଲିଏଟିଭ କେୟାର ନେଇ ଆବଶ୍ୟକ ତାଲିମ ଦିଆଯାଇଛି । ଏମାନେ ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ ରାଉଲକେଲରେ ସେବା ପ୍ରଦାନ କରିବେ ।

ପରବର୍ତ୍ତି ସମୟରେ ସବୁ ମେଡିକାଲ ଅଫିସର ଓ ଷ୍ଟାଫ ନର୍ସଙ୍କୁ ତାଲିମ ଦିଆଯାଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ । ଆସନ୍ତା ଦୁଇ ମାସ ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ପାଲିଏଟିଭ କେୟାର ୟୁନିଟ ଆରମ୍ଭ ହେବ । ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ ଏହି କେୟାର ୟୁନିଟ ସ୍ଥାପନ କରାଯିବ । ପରବର୍ତ୍ତି ସମୟରେ କିଡନି, ହୃଦଘାତ, କାର୍ଡିଓ ଭାସ୍କୁଲାର, ହେମିପ୍ଲେଜିଆ, ପକ୍ଷାଘାତ, ଏଚଆଇଭି/ଏଡସ ଭଳି ରୋଗ ପାଇଁ ମଧ୍ୟ ପାଲିଏଟିଭ କେୟାର ସେବା ଆରମ୍ବ ହେବ ।

ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାରଙ୍କ କାନସର ଚିକିତ୍ସା ଉପଦେଷ୍ଟା ଡକ୍ଟର ଦିନେଶ ପେଣ୍ଡାରକର କହିଥିଲେ ଯେ, କ୍ୟାନସର ଚିକିତ୍ସାରେ ଓଡିଶା ଖୁବଶୀଘ୍ର ଗ୍ଲୋବାଲ ମାନଚିତ୍ରରେ ସ୍ଥାନ ପାଇବ ।

Share

Leave a Reply

Your email address will not be published. Required fields are marked *

two × three =