ନାକ ବନ୍ଦ ହୋଇଗଲେ ବ୍ୟବହାର କରୁଛନ୍ତି କି ନାଜାଲ ସ୍ପ୍ରେ ? କରନ୍ତୁନି …

ବିଶେଷ କରି ଶୀତ ଦିନେ ଥଣ୍ଡା ସମସ୍ୟା ଦେଖାଦେଇଥାଏ । ଥଣ୍ଡା ହେଲେ ନାକ ବନ୍ଦ ହେବା ସହିତ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭୂତ ହୋଇଥାଏ । ବିଶେଷ କରି ଶୋଇବା ସମୟରେ ନାକ ବନ୍ଦ ସମସ୍ୟା ଅଧିକ ଦେଖାଦେଇଥାଏ । ଯାହାଫଳରେ ପ୍ରାୟତଃ ବ୍ୟକ୍ତି ବିନା ଡାକ୍ତରଙ୍କ ପରାମର୍ଶ ରେ ନାଜାଲ ସ୍ପ୍ରେ ବ୍ୟବହାର କରିଥାନ୍ତି। ତେବେ ଏହାକୁ ଥରେ ବ୍ୟବହାର କରିବା ଦ୍ୱାରା ଏହା ଅଭ୍ୟାସରେ ପରିଣତ ହୋଇଯାଇଥାଏ । ଫଳରେ ସାମାନ୍ୟ ଥଣ୍ଡା ହେଲେ ଆମେ ନାଜାଲ୍ ସ୍ପ୍ରେର ବ୍ୟବହାର କରିଥାଉ। କିନ୍ତୁ ଆପଣ କଣ ଜାଣନ୍ତି ନାଜାଲ୍ ସ୍ପ୍ରେର ବ୍ୟବହାର କେତେ କ୍ଷତିକାରକ ?
-ନାଜାଲ୍ ସ୍ପ୍ରେ ବ୍ୟବହାର କରିବା ଦ୍ବାରା ଅସ୍ଥାୟୀ ଭାବେ ଥଣ୍ଡାରୁ ମୁକ୍ତି ମିଳିଥାଏ। କିନ୍ତୁ ଏହାକୁ ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ମୁଣ୍ଡ ବିନ୍ଧା ଓ କାସ ଭଳି ସମସ୍ୟା ଦେଖା ଦେଇଥାଏ।
-ଏହି ସ୍ପ୍ରେର ବ୍ୟବହାର ଦ୍ୱାରା ନାକ ନଳି ଫୁଲି ଯାଇଥାଏ। ଫଳରେ ସେଥିରେ ରକ୍ତ ସଂଚାଳନ କମି ଯାଏ। ଯାହାଦ୍ୱାରା ସାଇନସ୍ ପରି ଗମ୍ଭୀର ସମସ୍ୟା ଦେଖାଦେଇପାରେ।
– ଉଚ୍ଚ ରକ୍ତଚାପ, ଥାଇରଏଡ୍ ଆଦି ରୋଗ ଥିଲେ ନାଜାଲ୍ ସ୍ପ୍ରେଠୁ ଦୂରେଇ ରୁହନ୍ତୁ। କାରଣ ଏହା ରକ୍ତଚାପ ବୃଦ୍ଧି କରିଥାଏ।
-ନିଦ୍ରାହୀନତା ବ୍ୟତିତ ଅନେକ ଆଭ୍ୟନ୍ତରୀଣ ସମସ୍ୟା ମଧ୍ୟ ଭୋଗିପାରନ୍ତି। ତେଣୁ ସବୁବେଳେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହିଁ ନାଜାଲ୍ ସ୍ପ୍ରେ ବ୍ୟବହାର କରନ୍ତୁ।

Share

Leave a Reply

Your email address will not be published. Required fields are marked *

three × five =