ଓଡ଼ିଶାର ସ୍ୱାସ୍ଥ୍ୟ ସେବାକୁ ପ୍ରଶଂସା

ଭୁବନେଶ୍ୱର : ଆସନ୍ତା ଦୁଇରୁ ତିନିବର୍ଷ ମଧ୍ୟରେ ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୨୭୫୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ପୁଞ୍ଜି ବିନିଯୋଗର ସମ୍ଭାବନା ସୃଷ୍ଟି ହୋଇଛି । ପୁଞ୍ଜିପତିମାନେ ଡିଜିଟାଲ ସ୍ୱାସ୍ଥ୍ୟକେନ୍ଦ୍ର, ରୋଗ ନିରୂପଣ ଓ ଡାଏଲିସିସ୍, ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଣ, ହୃଦ୍ରୋଗ ଓ କର୍କଟ ଚିକିତ୍ସା, ଡାକ୍ତରୀ ଯନ୍ତ୍ରପାତି ଉତ୍ପାଦନ ଓ ଔଷଧ ପ୍ରସ୍ତୁତି ଆଦି କ୍ଷେତ୍ରରେ ଏହି ପୁଞ୍ଜି ବିନିଯୋଗ ଲାଗି ଆଗ୍ରହ ପ୍ରକାଶ କରିଛନ୍ତି ।

ମେକ୍ ଇନ୍ ଓଡିଶା କନ୍କ୍ଲେଭରେ ଆଜି ରାଜ୍ୟର ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ ପୁଞ୍ଜିପତିମାନଙ୍କ ସହିତ ବିସ୍ତୃତ ଅ ।ଲୋଚନା ପରେ ଏଭଳି ସୂଚନା ମିଳିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ପ୍ରତାପ ଜେନା କନ୍କ୍ଲେଭରେ ଓଡିଶା ସ୍ୱାସ୍ଥ୍ୟସେବାର ଭିଜନ-୨୦୨୫ କୁ ଉନ୍ମୋଚନ କରିବା ସହିତ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଲାଗି ଥିବା ପର୍ଯ୍ୟାପ୍ତ ସୁଯୋଗ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ରାଜ୍ୟ ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏହି କ୍ଷେତ୍ରରେ ପୁଞ୍ଜି ବିନିଯୋଗର ବ୍ୟାପକ ସୁଯୋଗ ରହିଥିବାରୁ ପୁଞ୍ଜିପତିମାନେ ଆଗେଇ ଆସିବାକୁ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂକ୍ରାନ୍ତରେ ସୂଚନା ଦେଇ ଶ୍ରୀ ଜେନା କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ଲୋକଙ୍କୁ ମାଗଣାରେ ଚିକିତ୍ସାସେବା ଯୋଗାଇବା ଲାଗି ଏହି ଯୋଜନା ଅଧିନରେ ଦେୟମୁକ୍ତ ରୋଗନିରୂପଣ ସେବା ନିଦାନ, ଡାଏଲସିସ୍, କର୍କଟ ଚିକିତ୍ସା, ସୁନେତ୍ର, ସମ୍ପୂର୍ଣ୍ଣା, ନିରାମୟ, ସହାୟ, ୧୦୮ ଓ ୧୦୨ ଆମ୍ବୁଲାନସ, ଡିଜିଟାଲ ସ୍ୱାସ୍ଥ୍ୟସେବା, ର୍ନିମଳ, ଦମନ, ଆମ କ୍ଲିନିକ୍ ଆଦି ଯୋଜନା କାର୍ଯ୍ୟକାରୀ ହେଉଛି ଏହିସବୁ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଲାଗି ପର୍ଯ୍ୟାପ୍ତ ସୁଯୋଗ ରହିଥିବା ଶ୍ରୀ ଜେନା କହିଥିଲେ।

ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା ରାଜ୍ୟର ସ୍ୱାସ୍ଥ୍ୟସେବା ସ୍ଥିତି ଉପରେ ବିସ୍ତୃତ ସୂଚନା ଦେଇଥିଲେ ବିଭିନ୍ନ ସଂସ୍ଥା ପକ୍ଷରୁ ରାଜ୍ୟରେ ଡିଜିଟାଲ ସ୍ବାସ୍ଥ୍ୟକେନ୍ଦ୍ରରେ ୯୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗପାଇଁ ଆଗ୍ରହ ପ୍ରକାଶ ପାଇଥିବାବେଳେ ନିଦାନ ଓ ଡାଏଲସିସ୍ ସେବାପାଇଁ ୭୦୦କୋଟି, ସ୍ୱଳ୍ପ ବ୍ୟୟରେ ଚିିକିତ୍ସା ସୁବିଧା ଲାଗି ୨୫ ଟି ସ୍ବାସ୍ଥ୍ୟକେନ୍ଦ୍ର ଲାଗି ୧୩୦୦ କୋଟି, ଝାରସୁଗୁଡା ଠାରେ ହୃଦରୋଗ ଚିକିତ୍ସା ଲାଗି ୭୦କୋଟି, କର୍କଟ ଚିକିତ୍ସା ପ୍ରକଳ୍ପ ଲାଗି ୬୦୦ କୋଟି ସହିତ ଔଷଧ, ଡାକ୍ତରୀ ଯନ୍ତ୍ରପାତି ଆଦି ପ୍ରସ୍ତୁତି କ୍ଷେତ୍ରରେ ମୋଟ୍ ୨୭୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ପୁଞ୍ଜି ବିନିଯୋଗ ଲାଗି ଆଗ୍ରହ ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

15 + 13 =