ବିଜୁ ସ୍ବାସ୍ଥ୍ୟ କଲ୍ୟାଣରେ କେତେ ଲୋକ ଉପକୃତ ହେବେ ଜାଣନ୍ତୁ …

ଆରଏସବିୱାଇ ହିତାଧିକାରୀଙ୍କୁ ମିଳିବ ବିକେକେୱାଇ କାର୍ଡ

ଭୁବନେଶ୍ବର () ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା (ଆରଏସ୍ବିୱାଇ) ଯୋଜନାର ସମସ୍ତ ୪୪,୦୮,୦୭୦ ହିତାଧିକାରୀ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ)ରେ ସାମିଲ ହେଲେ । ଜାନୁଆରୀ ପହିଲାରୁ ଏହି ଯୋଜନା ଆରମ୍ଭ ହୋଇଛି । ଏହି ସମସ୍ତ ହିତାଧିକାରୀ ବିକେକେୱାଇ ଷ୍ଟ୍ରିମ୍ -୨ କାର୍ଡ ପାଇବା ସହିତ ପୂର୍ବଭଳି ଏକ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇବେ । ଏଥି ସହିତ ଏହି ହିତାଧିକାରୀମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ମଧ୍ୟ ପାଇବେ ।

କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଆରଏସ୍ୟବିୱାଇ ଯୋଜନାର ଅବଧି ଡିସେମ୍ବର ୩୧ ତାରିଖରେ ସମାପ୍ତ ହୋଇଛି । ତେଣୁ ରାଜ୍ୟରେ ଏହି ଯୋଜନାରେ ଅର୍ନ୍ତଭୁକ୍ତ ହିତାଧିକାରୀମାନେ ଯେଭଳି ପୂର୍ବଭଳି ମାଗଣା ଚିକିତ୍ସା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି  ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଆରଏସବିୱାଇ ହିତାଧିକାରୀମାନେ ଯେଭଳି ତୁରନ୍ତ ବିକେକେୱାଇ କାର୍ଡ ପାଇବେ ସେଥିପାଇଁ ଅଗ୍ରାଧିକାର ଭିତିରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ହିତାଧିକାରୀମାନେ ନିକଟସ୍ଥ ବିକେକେୱାଇ କିଓସ୍କରୁ ପୁରୁଣା ଆରଏସ୍ବିୱାଇ କାର୍ଡ ବଦଳରେ ନୂତନ ବିକେକେୱାଇ (ଷ୍ଟ୍ରିମ୍-୨) କାର୍ଡ ସଂଗ୍ରହ କରିବାପାଇଁ ପରାମର୍ଶ ଦିଆଯାଇଛି । ନୂଆ ଯୋଜନାରେ ସାମିଲ ହିତାଧିକାରୀମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏଥିପାଇଁ ଆଶା, ଅଙ୍ଗନବାଡିକର୍ମୀ, ଗାଁ କଲ୍ୟାଣ ସମିତିମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହିତ ଏଥିପାଇଁ ଆବଶ୍ୟକ ପ୍ରଚାର ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଛି । ନୂତନ ଭାବେ ବିକେକେୱାଇ କାର୍ଡଧାରୀମାନେ ଯେଭଳି ସହଜରେ ଚିକିତ୍ସା ସୁବିଧା ପାଇପାରିବେ ସେଥିପାଇଁ ଦୃଷ୍ଟି ଦେବାକୁ କୁହାଯାଇଛି ବୋଲି ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି।

ଗତ ଚାରି ମାସ ମଧ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‍କେୱାଇ)ରେ ରାଜ୍ୟର ଏକ କୋଟି ୮୦ ଲକ୍ଷରୁ ଅଧିକ ରୋଗୀ ଉପକୃତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଲକ୍ଷରୁ ଅଧିକ ଲୋକଙ୍କର ମାଗଣାରେ ଅପରେସନ ହୋଇଛି । ଗତ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ଲକ୍ଷ ପରିବାରର ପ୍ରାୟ ସାଢେ ୩କୋଟି ଲୋକ ଅର୍ନ୍ତଭୁକ୍ତ ହୋଇଛନ୍ତି । ଏହାଛଡା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ନିମ୍ନ ଆୟକାରୀ ବର୍ଗର ପରିବାର ସହିତ ଅନ୍ତ୍ୟୋଦୟ ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରାଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କୃଷି ଉପନିର୍ଦ୍ଦେଶକ, ଅନୁବନ୍ଧିତ ଘରୋଇ ଡାକ୍ତରଖାନାମାନଙ୍କ ସହିତ ବୈଠକକରି ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍ଟିଏଫ୍)ର ନୂତନ ମାର୍ଗଦର୍ଶିକା ଆଧାରରେ ବିକେକେୱାଇ କାର୍ଡଧାରୀମାନେ ଯେଭଳି ନିରବଚ୍ଛିନ୍ନ ସେବା ପାଇବେ ସେଥିପାଇଁ ପରାମର୍ଶ ଦିଆଯାଇଛି । ଓଏସ୍ଟିଏଫର ନୂତନ ମାର୍ଗଦର୍ଶିକା ଅନୁଯାୟୀ ମାରାତ୍ମକ ରୋଗରେ ପୀଡିତ ରାଜ୍ୟର ସମସ୍ତ ଗରିବଙ୍କୁ ସରକାରଙ୍କ ଚିକିତ୍ସାପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ । ବିକେକେୱାଇ କାର୍ଡଧାରୀଙ୍କ ବ୍ୟତିତ ଅନ୍ତ୍ୟୋଦୟ ଅନ୍ନଯୋଜନାର ହିତାଧିକାରୀ ଏବଂ ଗ୍ରାମାଚଂଳରେ ବାର୍ଷିକ ୫୦ହଜାର ଓ ସହରାଂଚଳରେ ୬୦ହଜାର ଟଙ୍କାରୁ କମ୍ ଆୟକାରୀମାନେ ଏହି ସୁବିଧା ପାଇପାରିବେ । ଏହାଛଡା ହୃଦ୍ରୋଗ, କିଡ୍ନୀ ଏବଂ କର୍କଟରେ ପୀଡିତ ରୋଗୀଙ୍କ କ୍ଷେତ୍ରରେ ବାର୍ଷିକ ୩ଲକ୍ଷ ଟଙ୍କାରୁ କମ୍ ଆୟକାରୀ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସୁବିଧା ପାଇପାରିବେ । ଏ ସଂକ୍ରାନ୍ତରେ ଅଧିକ ବିବରଣୀ ପାଇଁ ଦେୟମୁକ୍ତ ନମ୍ବର ୧୫୫୩୬୯ରେ ଯୋଗାଯୋଗ ପାଇଁ ପରାମର୍ଶ ଦିଆଯାଇଛି ।ପ୍ରକାଶଥାଉକି ଗତ ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି । ଏହି ଯୋଜନାରେ ଆରଏସ୍ବିୱାଇ ଓ ବିକେକେୱାଇର ପ୍ରାୟ ୭୦ ଲକ୍ଷ ପରିବାରର ସାଢେ ୩କୋଟିରୁ ଅଧିକ ହିତାଧିକାରୀ ଅର୍ନ୍ତଭୁକ୍ତ ହୋଇଛନ୍ତି । ଏମାନଙ୍କୁ ବାର୍ଷିକ ୫ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ୭ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ।

ସେହିପରି ଗତ ଚାରି ମାସ ମଧ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‍କେୱାଇ)ରେ ରାଜ୍ୟର ଏକ କୋଟି ୮୦ ଲକ୍ଷରୁ ଅଧିକ ରୋଗୀ ଉପକୃତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଲକ୍ଷରୁ ଅଧିକ ଲୋକଙ୍କର ମାଗଣାରେ ଅପରେସନ ହୋଇଛି । ଗତ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ଲକ୍ଷ ପରିବାରର ପ୍ରାୟ ସାଢେ ୩କୋଟି ଲୋକ ଅର୍ନ୍ତଭୁକ୍ତ ହୋଇଛନ୍ତି । ଏହାଛଡା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ନିମ୍ନ ଆୟକାରୀ ବର୍ଗର ପରିବାର ସହିତ ଅନ୍ତ୍ୟୋଦୟ ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରାଯାଉଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

ଗତ ଅଗଷ୍ଟ ମାସ ୧୫ ତାରିଖରୁ ଡିସେମ୍ବର ୧୫ ତାରିଖ ସୁଦ୍ଧା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା   ଯୋଜନାରେ ୧,୮୨,୩୩,୭୩୩ ଜଣ ବର୍ହିବିଭାଗରେ ଚିକିତ୍ସିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪,୦୫,୭୦୮ ଜଣ ରୋଗୀଙ୍କ ଠାରେ ଅସ୍ତ୍ରୋପଚାର ହୋଇଥିବାବେଳେ ୭୧,୦୯,୬୭୪ ଜଣଙ୍କର ରୋଗନିରୂପଣ ଲାଗି ନିଦାନ ଯୋଜନାରେ ମାଗଣା ପରୀକ୍ଷା ନିରୀକ୍ଷା ହୋଇଛି । ସେହିଭଳି ରୋଗୀଙ୍କ ଆବଶ୍ୟକତାକୁ ଦେଖି ୪୩,୫୧୯ ଜଣଙ୍କର ସିଟି ସ୍କାନ, ୨,୫୮,୭୭୩ ଜଣଙ୍କର ଏକ୍ସ-ରେ, ୬୨,୭୮୪ ଜଣଙ୍କର ଅଲଟ୍ରାସାଉଣ୍ଡ, ୧୨,୯୭୩ ଜଣଙ୍କର ଏମଆରଆଇ ହୋଇଛି । କିଡ୍ନୀଙ ରୋଗରେ ଆକ୍ରାନ୍ତ ୧୯,୬୮୯ ରୋଗୀଙ୍କୁ ମାଗଣା ଡାଏଲିସିସ୍‍ ସେବା ‘ସହାୟ’ ଯୋଜନାରେ ଯୋଗାଇ ଦିଆଯାଇଛି । ୧୬,୮୯୨ ଜଣ କର୍କଟ ରୋଗୀଙ୍କୁ ବ୍ୟୟବହୁଳ କେମୋଥେରାପି ପ୍ରଦାନ କରାଯାଇଥିବାବେଳେ ୨୪,୭୫୩ ଜଣ ଗୁରୁତର ରୋଗୀଙ୍କୁ ଆଇସିୟୁ ସେବା ଯୋଗାଇ ଦିଆଯାଇଛି ।

ଉଲ୍ଲେଖନୀୟ ଯେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନା ଓ ବିଜୁ କୃଷକ କଲ୍ୟାଣ ଯୋଜନାର ହିତାଧିକାରୀମାନେ ସିଧାସଳଖ ଭାବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିଲେ । ଜାନୁୟାରୀ ପହିଲାରୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନାର ଅବଧି ସରିବାପରେ ଏହି ହିତାଧିକାରୀମାନେ ବିଜୁ କୃଷକ କଲ୍ୟାଣ ଯୋଜନାରେ ଅର୍ନ୍ତଭୁକ୍ତ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜଟିଳ ଚିକିତ୍ସାସେବା ଯୋଗାଇ ଦେବାପାଇଁ ରାଜ୍ୟ ଭିତରେ ଓ ବାହାରେ ୨୧୦ଟି ଘରୋଇ ଚିକିତ୍ସାସଳୟ ସହିତ ଅନୁବନ୍ଧିତ ହୋଇଛନ୍ତି । ଏବେ ଜିଲ୍ଲା ସ୍ତରରେ ଡାଏଲିସିସ୍‍ ଓ କେମୋଥେରାପି ସେବା ଉପଲବ୍ଧ ହେଉଥିବାବେଳେ ଆଗାମୀ ଦିନରେ ପିପିପି ମୋଡ୍‍ରେ ଅଧିକ ବିଭାଗରେ ନିଦାନ ଓ ଅନ୍ୟାନ୍ୟ ଚିକିତ୍ସାସେବା ଯୋଗାଇବା ଲାଗି ପଦକ୍ଷେପ ନିଆଯାଉ ଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × 5 =