ଶୋଇଲାବେଳେ ଘୁଙ୍ଗୁଡି ମାରିବା ସମସ୍ୟା ଅଛି କି ?

ଶୋଇବା ସମୟରେ ଘୁଙ୍ଗୁଡି ମାରିବା ଅନେକ ଲୋକଙ୍କ ଅଭ୍ୟାସ । ଏଥିପାଇଁ ବେଳେ ବେଳେ ଲଜ୍ଜିତ ମଧ୍ୟ ହେବାକୁ ପଡିଥାଏ । କାରଣ ଘୁଙ୍ଗୁଡି ମାରିଲେ ପାଖରେ ଶୋଇଥିବା ସାଥୀ ବିରକ୍ତ ହୋଇଥାନ୍ତି । ତେବେ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ । ଆପଣ ନିଜ ରୋଷେଇ ଘରେ ଥିବା ସାମଗ୍ରୀକୁ ଔଷଧ ଭାବରେ ବ୍ୟବହାର କରି ପାରିବେ । ଘରୋଇ ଉପାୟରେ ଘୁଙ୍ଗୁଡିରୁ ପାଇ ପାରିବେ ମୁକ୍ତି ।
ଏକ କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଓ ଏକ ଚାମଚ ମହୁ ମିଶାଇ ଭଲରେ ମିଶାନ୍ତୁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହି ପାଣିକୁ ପିଅନ୍ତୁ । ଏମିତି କିଛି ଦିନ କରିବା ପରେ ଆପଣଙ୍କୁ କିଛି ଦିନ ମଧ୍ୟରେ ଏହି ସମସ୍ୟାରୁ ମୁକ୍ତି ମିଳିବ ।
. ଏହାସହ ପ୍ରତିଦିନ ଅଳ୍ପ ଉଷୁମ ପାଣିରେ ଅଳେଇଚ ପାଉଡର ମିଶାଇ ପିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଘୁଙ୍ଗୁଡି ସମସ୍ୟା ଦୂର ହୁଏ ।
. ପ୍ରତିଦିନ ଶୋଇବା ପୂର୍ବରୁ ହଳଦୀମିଶା କ୍ଷୀର ପିଅନ୍ତୁ ଓ ଘୁଙ୍ଗୁଡିରୁ ରକ୍ଷା ପାଆନ୍ତୁ ।
. ଶୋଇବା ପୂର୍ବରୁ ପୁଦିନା ତେଲର କିଛି ବୁନ୍ଦା ନାକରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଘୁଙ୍ଗୁଡି ସମସ୍ୟାରୁ ରକ୍ଷା ମିଳେ ।

Share

Leave a Reply

Your email address will not be published. Required fields are marked *

15 − eleven =