ପେନ୍ କିଲର୍ ପାଇଁ ଘରୋଇ ଉପଚାର, ପଢନ୍ତୁ…

ଶରୀରରେ ଯେକୌଣସି ସ୍ଥାନରେ କଷ୍ଟ ହେଲେ ଆମେ ବିଭିନ୍ନ ପେନ୍ କିଲର ମେଡିସିନ୍ ଖାଇଥାଉ । ଯାହା ଆମକୁ କିଛିଟା ଆସ୍ବସ୍ତି ଦେଇଥାଏ । ହେଲେ ଆପଣ କଣ ଜାଣିଛନ୍ତି ଏମିତି କିଛି ଘରୋଇ ସାମଗ୍ରୀ ରହିଛି ଯାହା ଦ୍ବାରା ଆପଣ ଶରୀରର ବିଭିନ୍ନ ପେନ୍ କୁ କିଲ୍ କରିପାରିବେ ।
ଅଦା – ଅଦା ଖାଇଲେ ଆଣ୍ଠୁଗଣ୍ଠି ବାତ,ମାଂସପେଶୀ ଯନ୍ତ୍ରଣା,ଛାତି କଷ୍ଟ , ଗଳାକଷ୍ଟ ଓ ଋତୁସ୍ରାବଜନିତ ଯନ୍ତ୍ରଣା ଦୂର ହୋଇଥାଏ।
ସୋୟା – ଏହା ଆଣ୍ଠୁଗଣ୍ଠି ବାତ ଜନିତ ଯନ୍ତ୍ରଣାକୁ ଦୂର କରିବାରେ ବେଶ୍ ସାହାର୍ୟ୍ୟ କରିଥାଏ ।
ହଳଦୀ – ଏହା ଦାନ୍ତ ବିନ୍ଧା ଓ ପିଠି ଯନ୍ତ୍ରଣା ଦୂର କରିବା ପାଇଁ ଏକ ପ୍ରକାରର ଔଷଧି ଭଳି କାମ କରିଥାଏ ।
ଲୁଣ – ଏହା ବିଭିନ୍ନ ପ୍ରକାରର ଯନ୍ତ୍ରଣାକୁ ଦୂର କରିବାରେ ସହାୟକ ହୋଇଥାଏ।
ପୋଦିନା- ଏହା ଏଭଳି ପତ୍ର ଯାହାକୁ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରି ଖାଇବାକୁ ପସନ୍ଦ କରିଥାଉ ।ତେବେ ଏହାକୁ ନିୟମିତଭାବେ ଚୋବାଇ ଖାଇଲେ ପୁରୁଣା ଦିନର ଶାରୀରିକ କଷ୍ଟରୁ ମୁକ୍ତି ମିଳିଥାଏ।
କଫି- ଏହା ପାନ କଲେ ଯନ୍ତ୍ରଣା କମ୍ ହୋଇଥାଏ। ବିଶେଷ କରି ଉଷୁମ କଫି ପିଇଲେ ଦାନ୍ତ ବିନ୍ଧାରୁ ଆଶ୍ୱସ୍ତି ମିଳେ ।
ପିପର ମିଣ୍ଟ – ଏହା ବଦହଜମି,ମାଂସପେଶୀରେ ଯନ୍ତ୍ରଣା,ଦାନ୍ତବିନ୍ଧା ଓ ମୁଣ୍ଡବିନ୍ଧା ଭଳି ଯନ୍ତ୍ରଣାକୁ ଦୂର କରିବାରେ ସାହାର୍ୟ୍ୟ କରେ ।
ଲବଙ୍ଗ- ଏହା ଦାନ୍ତବିନ୍ଧା ଦୂର କରିବାରେ ବେଶ୍ ସହାୟକ ହୋଇଥାଏ। ଏହା ତେଲ ବେଶ୍ ଉପକାରୀ ।
ଦହି – ଏହା ଖାଦ୍ୟ ହଜମ କରିବା ସହିତ ପେଟ ଯନ୍ତ୍ରଣା ବି ଦୂର କରିଥାଏ।

Share

Leave a Reply

Your email address will not be published. Required fields are marked *

one × 5 =