ବର୍ଷାଦିନିଆ ରୋଗ ସଂପର୍କରେ ସଚେତନତା ଆରମ୍ଭ, ବାହାରିଲା ରଥ

ଭୁବନେଶ୍ବର () ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ଭଳି ଭେକ୍ଟର ଓ ଜଳବାହିତ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆଜିଠାରୁ ସଚେତନତା ରଥ ବାହାରିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଡାଃ ମେହେର୍ଦ୍ଦା ଜନସଚେତନତା ପାଇଁ ପ୍ରସ୍ତୁତ ସୂଚନାପତ୍ର ଏବଂ ପରିଚାଳନା ପ୍ରୋଟୋକଲ ପୁସ୍ତିକା ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ, ପ୍ରତିବର୍ଷ ବର୍ଷାଋତୁ ଆରମ୍ଭରୁ  ଲୋକଙ୍କୁ ଜଳ ଓ ଭେକ୍ଟରବାହିତ ରୋଗ ସଂପର୍କରେ ସଚେତନ କରାଯାଇଥାଏ । ପୂର୍ବରୁ ଏହା ୧୫ ଦିନ ପାଇଁ ଚାଲୁଥିବା ବେଳେ ଚଳିତ ବର୍ଷ ପ୍ରଥମେ ଏହାକୁ ଏକ ମାସ ଓ ପରେ ୩ମାସ ପୀଇଁ ଚଳାଯିବ । ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବିଶେଷ କରି ପଂଚାୟତିରାଜଓ ପାନୀୟଜଳ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ , ଶିଳ୍ପ ଆଦି ବିଭାଗକୁ ସାମିଲ କରାଯାଇଛି । ଏହାଛଡା ଗାଁ କଲ୍ୟାଣ ସମିତିର କର୍ମକର୍ତା , ଅଙ୍ଗନବାଡି କର୍ମୀ , ଆଶାକର୍ମୀ ଓ ଶିକ୍ଷକମାନଙ୍କୁ ମଧ୍ୟ ସାମିଲ କରାଯିବ । କୌଣସି ଠାରେ ଜଳ କିମ୍ବା ଭେକ୍ଟରବାହିତ ରୋଗଦେଖା ଦେଲେ ତାହା ଯେପରି ଅନ୍ୟ ଅଂଚଳକୁ ନବ୍ୟାପିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ଷା ଋତୁକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତ୍ୟେକ ସରକାରୀ ଡାକ୍ତରଖାନାମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ସାଲାଇନ୍ ଓ ଔଷଧ ମହଜୁଦ ରଖାଯାଇଛି ବୋଲି ଡାଃ ମେହେର୍ଦ୍ଦା ପ୍ରକାଶ କରିଛନ୍ତି । ସେହିପରି ବିହାରରେ  ଏନ୍ସେଫାଲାଇଟସ୍ ରୋଗରେ ଅନେକ ଶିଶୁ ମୃତ୍ୟୁବରଣ କରୁଥିବା ବେଳେ ରାଜ୍ୟ ସରକାର  ଏନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି ରୋଗର ନିୟନ୍ତ୍ରଣ ପାଇଁ ଥିବା ଗାଇଡଲାଇନ ଗୁଡିକ ପାଳ କରିବ ନିମନ୍ତେ ଗାଁ କଲ୍ୟାଣ ସମିତିଠାରୁ ଆରମ୍ଭ କରି ଆଶା କର୍ମୀ ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପଠାଯାଇଥିବା ସେ କହିଛନ୍ତି ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ପରିସରରେ ଆୟୋଜିତ ଆଜିର ଏହି ଉତ୍ସବରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାଃ ହରପ୍ରସାଦ ପଟ୍ଟନାୟକଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ପଦାଧିକାରୀମାନ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

five × 1 =