ପରିସ୍ରାର ରଙ୍ଗ କହିବ ଆପଣଙ୍କ ରୋଗ ବିଷୟରେ

ମଣିଷଙ୍କ ଶରୀରରେ କୈାଣସି ନା କୈାଣସି ସମସ୍ୟା ଦେଖାଯାଇଥାଏ। କିଛି ସମସ୍ୟା ଦେଖାଗଲେ ରୋଗ ଚିହ୍ନିବା ପାଇଁ ଆମେ ଡାକ୍ତରଙ୍କ ସହ ସମ୍ପର୍କ କରିଥାଉ। ଶରୀରରେ ହେଉଥିବା ରୋଗଗୁଡ଼ିକୁ ଆମେ ନିଜେ ମଧ୍ୟ ଜାଣିପାରିବା ପରିସ୍ରାର ରଙ୍ଗରୁ। ଆମ ପରିସ୍ରାର ରଙ୍ଗ ମଧ୍ୟ ଆମ ଶରୀରରେ ହେଉଥିବା ରୋଗଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ରଙ୍ଗ ଜାଣି ପାରିବେ ତେବେ ଆପଣଙ୍କୁ କେଉଁ ରୋଗ ହୋଇଛି ତାହା ଜାଣିବା ଆପଣଙ୍କ ପାଇଁ ସହଜ ହୋଇଯିବ । ତେବେ ଆସନ୍ତୁ ଜାଣିବା ପରିସ୍ରାର ରଙ୍ଗ କେତେ ପ୍ରକାରର ହୋଇଥାଏ।

-ହଳଦିଆ ରଙ୍ଗ: ହଳଦିଆ ରଙ୍ଗର ପରିସ୍ରା ହେଲେ ଆମ ଶରୀରରେ ପେଟ ଜନିତ ସମସ୍ୟା ହୋଇଥାଏ କିମ୍ବା କାମଳ ହୋଇଥାଏ। ଆମ ଶରୀରରେ ରକ୍ତର ଅଭାବ ପରିଲକ୍ଷିତ ହେଲେ ମଧ୍ୟ ପରିସ୍ରାର ରଙ୍ଗ ହଳଦିଆ ହୋଇଥାଏ।

-ଲାଲ ରଙ୍ଗ: ଯଦି ପରିସ୍ରାର ରଙ୍ଗ ଲାଲ ହୋଇଥାଏ ତେବେ ମ୍ୟାଲେରିଆ ହୋଇଥାଇପାରେ କିମ୍ବା କିଡନି ଖରାପ ହୋଇଯାଇପାରେ।

-ଦୁଧିଆ ଧଳା ରଙ୍ଗ: ଯଦି ପରିସ୍ରାର ରଙ୍ଗ ଦୁଧିଆ ଧଳା ରଙ୍ଗ ହୋଇଥାଏ ତେବେ ଆପଣଙ୍କ ଶରୀରରେ ବ୍ୟାକ୍ଟେରିଆ ରହିଥାଇପାରେ। ଆଲର୍ଜ୍ଜି ମଧ୍ୟ ହୋଇପାରେ। ଏବଂ ଏହା କିଡନିରେ ଷ୍ଟୋନ୍ ହେବାର ସଙ୍କେତ ମଧ୍ୟ ଦେଇଥାଏ।

-ନୀଳ ରଙ୍ଗ: ଯଦି କୈାଣସି ବ୍ୟକ୍ତିଙ୍କ ପରିସ୍ରା ରଙ୍ଗ ନୀଳ ହୋଇଥାଏ ତେବେ ଏହା ଅର୍ଥ ଶରୀରରେ ଖରାପ ବ୍ୟାକ୍ଟେରିଆ ଉତ୍ପନ୍ନ ହୋଇଛନ୍ତି। ବେଳେବେଳେ ଆର୍ଟିଫିସିଆଲ ଖାଦ୍ୟ ଖାଇବା ଦ୍ବାରା ମଧ୍ୟ ପରିସ୍ରାର ରଙ୍ଗ ଏପରି ହୋଇଥାଏ।

-ଗେରୁ ରଙ୍ଗ: ଯଦି କୈାଣସି ବ୍ୟକ୍ତିଙ୍କ ପରିସ୍ରା ରଙ୍ଗ ଗେରୁ ରଙ୍ଗ ହୋଇଥାଏ ତେବେ ଏହା ଅର୍ଥ ବ୍ୟକ୍ତିଙ୍କ ଲିଭରରେ କିଛି ସମସ୍ୟା ଦେଖାଦେଇଛି କିମ୍ବା ବ୍ୟକ୍ତିଙ୍କୁ କାମଳ ହୋଇଥାଇପାରେ।

-ଚକୋଲେଟ୍ ରଙ୍ଗ: ଯଦି କୈାଣସି ବ୍ୟକ୍ତିଙ୍କ ପରିସ୍ରା ରଙ୍ଗ ଚକୋଲେଟ ରଙ୍ଗର ହୋଇଥାଏ ତେବେ ବ୍ୟକ୍ତିଙ୍କ ଶରୀରରେ ଷ୍ଟୋନ୍ ହୋଇଥାଇପାରେ।

Share

Leave a Reply

Your email address will not be published. Required fields are marked *

five × one =