ଏହି ୩ଟି ଅଙ୍ଗରେ ଭୁଲରେ ବି ଲଗାନ୍ତୁ ନାହିଁ ସାବୁନ

ଶରୀରକୁ ପରିଷ୍କାର କରିବା ପାଇଁ ସାବୁନର ଉପଯୋଗ କରାଯାଇଥାଏ। କିନ୍ତୁ ଆମ ଶରୀରର କେତେକ ଅଙ୍ଗରେ ସାବୁନ ଲଗାଇବା ଅନୁଚିତ୍। କାରଣ ସେହି ସବୁ ସ୍ଥାନରେ ସାବୁନ ଲଗାଇବା ଦ୍ବାରା ସେହି ଅଙ୍ଗରେ କ୍ଷତି ପହଞ୍ଚିଥିାଏ।

୧.କେଶ : ଅଧିକାଂଶ ଗାଁର ଲୋକେ କେଶକୁ ଧୋଇବା ପାଇଁ ସାବୁନ ବ୍ୟବହାର କରିଥାଆନ୍ତି। କିନ୍ତୁ କେଶକୁ ଧୋଇବା ପାଇଁ କଦାପି ସାବୁନ ବ୍ୟବହାର କରନ୍ତୁ ନାହିଁ। କେଶକୁ ସବୁବେଳେ ଶ୍ୟାମ୍ପୁରେ ଧୋଇବା ଉଚିତ୍। କାରଣ ସାବୁନ ବ୍ୟବହାର କରିବା ଦ୍ବାରା କେଶ ଦୁର୍ବଳ ହୋଇଯାଇଥାଏ ଏବଂ ଝଡ଼ିବାକୁ ଲାଗିଥାଏ। କେବଳ ଏତିକି ନୁହେଁ କେଶରେ ଉକୁଣୀ ମଧ୍ୟ ହୋଇଥାଏ। ସେଥିପାଇଁ ସବୁବେଳେ ଶ୍ୟାମ୍ପୁ ବ୍ୟବହାର କରନ୍ତୁ ଏବଂ ନିଜର କେଶର ଯତ୍ନ ନିଅନ୍ତୁ।

୨.ନାକ : କେବେ ନାକରେ ସାବୁନ ଲଗାଇବା ଉଚିତ୍ ନୁହେଁ। ଯଦି ବି ଆପଣ ନାକରେ ସାବୁନ ଲଗାଉଛନ୍ତି ତାହେଲେ ସାବୁନର ଫେଣକୁ ନାକ ଭିତରେ ଯିବାକୁ ଦିଅନ୍ତୁ ନାହିଁ। କାରଣ ସାବୁନ ଫେଣ ନାକ ଭିତରେ ଯିବା ଦ୍ବାରା ନାକରେ ଜ୍ବଳନ ହୋଇଥାଏ। ଏହା ଦ୍ବାରା ମସ୍ତିଷ୍କରେ ମଧ୍ୟ କୁପ୍ରଭାବ ପଡ଼ିଥାଏ।

୩. ମୁହଁ : ପ୍ରାୟ ଲୋକ ମୁହଁରେ ସାବୁନ ଲଗାଇଥାଆନ୍ତି। କେତେକ ସାବୁନ କିଛି ଖଟା ଜିନିଷରୁ ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ମୁହଁରେ ସାବୁନ ଲଗାଇବା ଦ୍ବାରା କୁପ୍ରଭାବ ପଡ଼ିଥାଏ ଏବଂ ତ୍ବଚାରେ କ୍ଷତି ପହଞ୍ଚିଥାଏ। କାରଣ ମୁହଁର ତ୍ବଚା କୋମଳ ହୋଇଥାଏ। ମୁହଁରେ ସାବୁନ ପରିବର୍ତେ ଫେସ୍ ଓ୍ବାଶ ବ୍ୟବହାର କରନ୍ତୁ।

Share

Leave a Reply

Your email address will not be published. Required fields are marked *

12 + eleven =