ସୁସ୍ଥ ଶରୀର ପାଇଁ ଖାଆନ୍ତୁ ଏହି ପରିବା…

ପରିବା ଭିତରେ କଖାରୁ ଅନ୍ୟତ୍ତମ । ଯାହାକୁ ଆପଣ ବହୁତ ଖାଇଥିବେ ଏବଂ ଆପଣଙ୍କୁ ଏହା ବହୁତ ପସନ୍ଦ ଥିବ ନିହାତୀ । ଏହା ଆପଣଙ୍କ ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ମହଜୁଦ୍ ଥିବା ପୋଷକ ତତ୍ତ୍ବପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ ଦୁର କରିବାଠୁ ଆରମ୍ଭ କରି ହାର୍ଟକୁ ସୁସ୍ଥ ରଖିବା ପାଇଁ ସାହାର୍ୟ୍ୟ କରିଥାଏ।
କଖାରୁ ଖାଇବା ଆମ ପେଟ ପାଇଁ ବହୁତ ଫାଇଦା ହୋଇଥାଏ । ଏହା ଆମ ପାଚନ ପ୍ରକ୍ରୀୟାକୁ ଶୀଘ୍ର କରିବା ସହ ଏଥିରେ ବହୁତ ମାତ୍ରାରେ ଡାଇଟରୀ ଫାଇବର ରହିଥାଏ । ଯାହା ସେବନରେ ପେଟ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଆପଣଙ୍କ ପାଖ ମାଡିବନି । ଏହା ବ୍ୟତିତ ଆପଣଙ୍କୁ ଏସିଡିଟି ଏବଂ ପେଟ ଜଳିବା ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ ।
ଭିଟାମିନ୍ ସି ରେ ଭରପୁର ଥିବା କଖାରୁ ଆମ ଶରୀରରେ ଇନସୁଲିନ୍ ମାତ୍ରାକୁ କଣ୍ଟ୍ରୋଲ କରିବା ସହ ବଢିଥିବା ସୁଗାର ମାତ୍ରାକୁ ମଧ୍ୟ କମ୍ କରିଥାଏ । ଡାଇବେଟିସ୍ ରୋଗୀଙ୍କୁ ସପ୍ତାହରେ ଅତି କମ୍ ରେ ୨ ଥର କଖାରୁ ଖାଇବା ଜରୁରୀ ଅଟେ ।
କଖାରୁରେ ଏମିତି ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଛି ଯାହା ଶରୀରରେ କ୍ୟାନସରକୁ ବଢାଇକୁ ରୋକିଥାଏ । ଏଥିପାଇଁ ଆପଣ ଡାଏଟ୍ ରେ କଖାରୁ ପରିବା, ସୁପ୍ ସାମିଲ କରନ୍ତୁ । ଏହାକୁ ସେବନ କରିବା ଦ୍ବାରା ଗମ୍ଭିର ରୋଗର ଭୟ ରହିନଥାଏ ।
ଏହାର ସେବନ କରିବା ଦ୍ବାରା ଚିନ୍ତା, ଅନିଦ୍ରା, ରାଗ, ଡିପ୍ରେସନ ଆଦି ସମସ୍ୟା ଗୁଡିକ ଦୂର ହୋଇଥାଏ । ଏହାଛଡା ସିଝା କଖାରୁ ଖାଇବା ଦ୍ବାରା ସ୍ମରଣ ଶକ୍ତି ବଢିଥାଏ ।
କଖାରୁ ଖାଇବା ଦ୍ବାରା ଆମ ଶରୀରର କୋଲଷ୍ଟ୍ରୋଲ ଲେବଲ୍ ମେଣ୍ଟେନ୍ କରିଥାଏ । ଯାହାଫଲରେ ହାର୍ଟ ସୁସ୍ଥ ରହିଥାଏ । ଯଦି ଆପଣ କୌଣସି ପ୍ରକାରର ହାର୍ଟ ସମ୍ବନ୍ଧୀୟ ସମସ୍ୟାରେ ପଡିଛନ୍ତି ତେବେ କଖାରୁ ନିହାତୀ ଖାଆନ୍ତୁ ।
କଖାରୁରେ କ୍ୟାଲୋରୀ କମ୍ ଏବଂ ଫାଇବରର ମାତ୍ରା ଅଧିକ ଥିବା କାରଣରୁ ଏହାକୁ ଖାଇବା ଦ୍ବାରା ବାରମ୍ବାର ଭୋକ ଲାଗିନଥାଏ । ଯାହାଫଳରେ ଆପଣ ଓଭର ୱେଟ୍ ହୋଇନଥାନ୍ତି ।
କଖାରୁରେ ମହଜୁଦ୍ ଥିବା ଭିଟାମିନ୍ ଏ ଯାହା ଆଖି ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେଣୁ ପ୍ରତିଦିନ ପ୍ରତିଦିନ ଗୋଟେ କପ୍ କଖାରୁ ଜୁସ୍ ସେବନ କରନ୍ତୁ । କିଛି ଦିନ ପରେ ଆପଣଙ୍କ ଆଖିର ରଶ୍ମୀ ପ୍ରଖର ହୋଇଯିବ ।

Share

Leave a Reply

Your email address will not be published. Required fields are marked *

ten + four =